ପାକକୁ ମୋଦିଙ୍କ କଡ଼ା ସନ୍ଦେଶ ! ସୀମା ଓ ସୀମା ଆରପଟେ ପରାକ୍ରମ ଦେଖାଉଛନ୍ତି ଦେଶର ବୀର ଯବାନ

231

କନକ ବ୍ୟୁରୋ : ବିରୋଧୀରେ ଆଲୋଚନା ସମାଲୋଚନା ମଧ୍ୟରେ ବିଜେପିର ମେରା ବୁଥ ସବସେ ମଜବୁତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କୋଟିଠାରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା, ଭଲ୍ୟୁଣ୍ଟିୟର ଓ ଅନ୍ୟ ନାଗରିକଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ମନ କି ବାତ୍ ମାଧ୍ୟମରେ ପ୍ରତ୍ୟେକ ଦେଶବାସୀ ନିଜର ମନର କଥା ସିଧା ମୋ ପର୍ଯ୍ୟନ୍ତ ପହଞ୍ଚାଇ ପାରିବେ । ବୁଥରେ ଲୋକମାନେ କିପରି ନିଜର ମତ ଓ ପରାମର୍ଶ ଦେଇପାରିବେ ସେପରି କରିବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି । ବର୍ତ୍ତମାନ ସମୟରେ ବିଜେପିର କର୍ମକର୍ତ୍ତାକୁ ଉଦବୋଧନ ଦେଉଛନ୍ତି ମୋଦି ।

https://khabar.ndtv.com/

ପୁଲୱାମା ଆକ୍ରମଣକୁ ନେଇ ମୋଦି କହିଛନ୍ତି ଆଜି ଦେଶ ଏକାଠି ହୋଇଛି । ପୁରା ଦେଶ ସହିଦ ଯବାନଙ୍କ ସହ ଅଛି । ଆମ ଉପରେ ସାରା ବିଶ୍ୱର ଆଖି ରହିଛି । ଭାରତ ଏକ ହୋଇ ଲଢ଼ିବ , ବଢ଼ିବ ଓ ଜିତିବ । ସେନାର ମନୋବଳ କମ୍ ହେବାପରି କୌଣସି କାମ କରିବା ଉଚିତ ନୁହେଁ । ସୀମାରେ ଓ ସୀମା ଆରପଟେ ମଧ୍ୟ ଦେଶର ଯବାନମାନେ ପରାକ୍ରମ ଦେଖାଉଛନ୍ତି । ଦେଶ କୌଣସି ସ୍ଥିତିରେ ବି ଅଟକିବ ନାହିଁ । ଆଜି ଦେଶ ନୂଆ ରୀତି ଓ ନୀତିରେ ଆଗକୁ ବଢ଼ୁଛି । ଭାରତ ବର୍ତ୍ତମାନ ସମୟରେ ଆତ୍ମବିଶ୍ୱାସରେ ଭରପୁର ହୋଇଉଠିଛି । ସମସ୍ତେ ରାଷ୍ଟ୍ର ନିର୍ମାଣରେ ନିଜ ଦାୟିତ୍ୱ ପୂରଣ କରିବା ଦରକାର ।  ଆମ ଦେଶ ରୋକିବ ନାହିଁ କି ପ୍ରଗତିରେ ମଧ୍ୟ କୌଣସି ପ୍ରକାର ବାଧା ଉପୁଜିବ ନାହିଁ ।

narendra-modi

ଏଥର ନିର୍ବାଚନ ନିଜର ପୁରା ରଙ୍ଗ ଦେଖାଇବ । ବର୍ତ୍ତମାନର ଗଣତନ୍ତ୍ରରେ ଶାସକ ଦଳ ଓ ବିରୋଧୀ ମଧ୍ୟ ସୁସ୍ଥ ପ୍ରତିଯୋଗୀତା ଦେଖିବା ପାଇଁ ମିଳୁଛି । ଏହା ଦେଶର ଗଣତନ୍ତ୍ର ପାଇଁ ଶୁଭଦାୟକ । ଦେଶ ବର୍ତ୍ତମାନ ପୂର୍ବାପେକ୍ଷା ମଜଭୁତ ସ୍ଥତିରେ ଅଛି । ଭାରତକୁ ଆଉ ଅଧିକ ମଜଭୁତ କରିବା ପାଇଁ ପଡ଼ିବ । ଏଥିପାଇଁ କୋଟି କୋଟି ଲୋକଙ୍କ ସାହାଯ୍ୟ ଓ ଭାଗିଦାରୀ ଦରକାର । ବୁଥ୍ କାର୍ଯ୍ୟକର୍ତ୍ତା ଆମର ପ୍ରକୃତ ନାୟକ । ସେମାନେ ଚେଷ୍ଟା କଲେ ଦେଶ ନିର୍ମାଣ କାମ ସଫଳ ହେବ । ମାର୍ଚ୍ଚ ୨ରେ ଏକ ବିଜୟ ସଙ୍କଳ୍ପ ରାଲି ବାହାରିବ । ଯୁବଗୋଷ୍ଠୀ ଏହି ରାଲିରେ ସାମିଲ ହେବା ଆବଶ୍ୟକ । ପ୍ରତ୍ୟେକ ବୁଥ କାର୍ଯ୍ୟକର୍ତ୍ତାଙ୍କୁ ଏକ ଦାୟିତ୍ୱ ଦେଇ ମୋଦି କହିଛନ୍ତି ୧୦ ପରିବାର ସହ ଯୋଗାଯୋଗ କରନ୍ତୁ । ସେମାନଙ୍କ ପାଖରେ ସରକାରଙ୍କ ଜନହିତକର ଯୋଜନା ଗୁଡ଼ିକ ବିଷୟରେ ସୂଚନା ଦିଅନ୍ତୁ । ଅଧିକରୁ ଅଧିକ ଯେପରି ଯୋଡ଼ହେବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।