ପିପିଲି ଗଣଦୁଷ୍କର୍ମ ମାମଲା : ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ଆଶ୍ୱସ୍ତି

31

ପିପିଲି : ପିପିଲି ଗଣଦୁଷ୍କର୍ମ ମାମଲାରେ ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ଆଶ୍ୱସ୍ତି । ସ୍ୟାଟର ରାୟକୁ ହାଇକୋର୍ଟ କାୟମ ରଖିଛନ୍ତି । ଚମ୍ପତିରାୟଙ୍କ ବହିଷ୍କାର ଆଦେଶକୁ ରଦ୍ଦ କରିଥିଲେ ସ୍ୟାଟ୍ । ଏହାପରେ ସ୍ୟାଟ୍ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର ।

ହାଇକୋର୍ଟ ମଧ୍ୟ ଏହାର ଶୁଣାଣି କରି ସ୍ୟାଟଙ୍କ ରାୟକୁ କାୟମ ରଖିଛନ୍ତି । ପିପିଲି ଗଣଦୁଷ୍କର୍ମ ସମୟରେ ଆଇଆଇସି ଥିଲେ ଅମୂଲ୍ୟ ଚମ୍ପତିରାୟ ।