ଚନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଖସିଲା ଏକ ଦୁର୍ଲଭ ପଥର ! ୪.୫ କୋଟି ଟଙ୍କାରେ ହେଲା ନିଲାମ ।

56

ଚନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଖସିଲା ଏକ ଦୁର୍ଲଭ ପିଣ୍ଡ । ବିଭିନ୍ନ ସମୟରେ ଆକାଶରୁ ପୃଥିବୀ ପୃଷ୍ଠକୁ ଉଲକା ପିଣ୍ଡ ଖସିଥିବା ଦେଖିବାକୁ ଏବଂ ଶୁଣିବାକୁ ମଧ୍ୟ ମିଳିଛି । ବେଳେ ବେଳେ ଆକାଶରୁ ଖସିଥିବା ଉଲକାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଅନେକ ପରୀକ୍ଷା ନିରୀକ୍ଷା କରିବା ସହ ସେଗୁଡିକୁ ସଂଗ୍ରାହଳୟରେ ନେଇ ରଖିଥାନ୍ତି । କିନ୍ତୁ ଆଫ୍ରିକାର ରେଗିସ୍ଥାନରେ ଖସିଥିବା ପିଣ୍ଡ କୌଣସି ଉଲକା ପିଣ୍ଡ ନୁହେଁ ଏହା ଚନ୍ଦ୍ରର ଏକ ଅଂଶ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

ସୂଚନା ମୁତାବକ, ବୈଜ୍ଞାନିକମାନେ ବୁଆଗ୍ୱା ତଥା ମୁନ ପଜଲ ନାମରେ ଚର୍ଚିତ ଏହି ଉଲ୍କାପିଣ୍ଡର ନାମ ଏଣ୍ଡୋବ୍ଲୁଏ ୧୧୭୮୯ ରଖିଛନ୍ତି । ଏହାକୁ କିଛି ବର୍ଷ ପୂର୍ବେ ଆଫ୍ରିକାର ରେଗିସ୍ଥାନରୁ ଖୋଜାଯାଇଥିଲା । ଅନୁମାନ କରାଯାଉଛି କି କୌଣସି ଏକ ଉଲକା ପିଣ୍ଡ ଚନ୍ଦ୍ର ସହ ମାଡ ହେବା ଫଳରେ ଚନ୍ଦ୍ରର ଏକ ଅଂଶ ଅଲଗା ହୋଇ ପୃଥିବୀପୃଷ୍ଟକୁ ଖସିପଡିଥିଲା ।

ମିଳିଥିବା ସୂଚନାରୁ ପ୍ରକାଶ କି, ଚନ୍ଦ୍ରରୁ ଖସିଥିବା ଏହି ଉଲକା ଆମେରିକାରରେ ନିଲାମ କରାଯାଇଥିଲା । ତେବେ ଏହି ନିଲାମରେ ଚନ୍ଦ୍ର ଖଣ୍ଡକୁ ପ୍ରାୟ ୬ଲକ୍ଷ ୧୨ହଜାର ୫ଶହ ଡଲାରରେ ବିକ୍ରି କରାଯାଇଛି । ଅର୍ଥାତ ୫.୫ କିଲୋଗ୍ରାମର ଏହି ପଥରକୁ ପ୍ରାୟ ୪.୫ କୋଟି ଟଙ୍କାରେ ନିଲାମ କରାଯାଇଛି ।