କୋଟପାଡ ଯାତ୍ରା : ଅସୀମା ପଣ୍ଡା ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗୀତରେ ଝୁମିଲେ

68

କନକ ବ୍ୟୁରୋ : କୋଟପାଡରେ ଶେଷ ହୋଇଛି ମାଆ ଶୀତଳା ଠାକୁରାଣୀଙ୍କ ଯାତ୍ରା । ଯାତ୍ରାର ଶେଷ ସନ୍ଧ୍ୟାରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ । ମାଆଙ୍କ ଘଟ ପର୍ବରେ ହଜାର ହଜାର ଭକ୍ତିଙ୍କ ଭିଡ । ୩ ବର୍ଷକୁ ଥରେ ପାଳନ ହେଉଥିବା ଏହି ଯାତ୍ରା ଚଳିତ ବର୍ଷ ୬ ବର୍ଷରେ ପାଳିତ ହୋଇଛି । ଯାହାକୁ ନେଇ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମୁଥିଲା ।

ଶେଷ ସନ୍ଧ୍ୟାରେ ଅନନ୍ୟା ଓ ଅସୀମାଙ୍କ ସଙ୍ଗୀତ ପରିବେଶଣକୁ ମନଭରି ଉପଭୋଗ କରିଥିଲେ କୋଟପାଡ ବାସୀ । ଅସୀମା ଓ ଅନନ୍ୟାଙ୍କ ଗୀତକୁ ଉପଭୋଗ କରିବା ପାଇଁ ଜମିଥିଲା ଦର୍ଶକଙ୍କ ପ୍ରବଳ ଗହଳି । କୋଟପାଡରେ ଏହି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଲାଇଭ ପର୍ଫମାନ୍ସ ଦେଖିବା ପାଇଁ କେବଳ ସ୍ଥାନୀୟ ଲୋକେ ନୁହଁନ୍ତି ପଡୋଶୀ ରାଜ୍ୟ ଛତିଶଗଡର ବହୁ ଦର୍ଶକ ମଧ୍ୟ ଆସିଥିଲେ ।