ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ବାଜିରାଉତ ଛାତ୍ରାବାସରେ ୮ଜଣିଆ ଟିମ୍

91

କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ପ୍ରତିମୂର୍ତ୍ତି ବିବାଦ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସରେ ୮ଜଣିଆ ସ୍ୱତନ୍ତ୍ର ଟିମ୍ ପହଞ୍ଚି  ଆଲୋଚନା କରିଛନ୍ତି । ଛାତ୍ରାବାସର ଶିକ୍ଷା ବ୍ୟବସ୍ଥା, ନବକୃଷ୍ଣଙ୍କ କୁଟୀର ଓ ପ୍ରତିମୂର୍ତ୍ତି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ସମ୍ମୁଖରେ ଲାଗିଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଭଳି ଅନୁଗୁଳରେ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ନବକୃଷ୍ଣଙ୍କ ପୋଷାକ ପରିଧାନ ନେଇ ବିବାଦ ପରେ ପ୍ରତିମୂର୍ତ୍ତି ହଟାଇ ଦେଇଛି ପ୍ରଶାସନ । ବାରମ୍ବାର ସମାଲୋଚନା ଓ ବିରୋଧ ପରେ ପ୍ରତିମୂର୍ତ୍ତି ଥିବା ଅନୁୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କ ଗେଟରେ ତାଲା ପକାଇ ଦିଆଯାଇଥିଲା । ଆଉ ଶେଷରେ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି ।