ବଢିଲା କମେଡି କିଙ୍ଗଙ୍କ ଅଡୁଆ : ପୁରୀ ସ୍ୱର୍ଗଦ୍ୱାରରେ କୁଶପୁତ୍ତଳିକା ଦାହ କଲା ଜଗନ୍ନାଥ ସେନା

29

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ବେଳାଭୁମି ଉଦଯାପନୀ ଉତ୍ସବରେ ପପୁଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ଜଗନ୍ନାଥ ସେନା ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଏହାସହ ଅଭିନବ ଉପାୟରେ ସମୁଦ୍ରରେ ତାଙ୍କର ଅସ୍ତିକୁ ବିସର୍ଜନ କରିଛି ସେନା ।

ଆଜିଠୁ ଓଡ଼଼ିଆଙ୍କ ହୃଦୟରୁ କମେଡ଼ିଆନ ଅଭିନେତା ପପୁ ମରିଯାଇଥିବା ନେଇ ଜଗନ୍ନାଥ ସେନା ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହାସହ ପପୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରଛି ସେନା । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :