ପଦ୍ମାବତରେ ସମଲିଙ୍ଗୀ ଭୂମିକାରେ ଅଭିନୟ କରିଥିବା ଅଭିନେତା ହେବେ ସଲମାନ ଖାନ !

56

ଭାଇଜାନଙ୍କ ଭୂମିକାରେ ଅଭିନୟ କରିବେ ‘ପଦ୍ମାବତ୍’ ସିନେମାର ମଲ୍ଲିକ୍ କାଫୁର । ପଦ୍ମାବତ୍ ସିନେମାର ତାଙ୍କ ଅଭନୟ ଦକ୍ଷତା ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି । ତେବେ ତାଙ୍କ ଆଗାମୀ ସିନେମାରେ ତାଙ୍କୁ ଦେଖିବା ପାଇଁ ଦର୍ଶକ ଉତ୍ସାହ ସହକାରେ ଚାହିଁ ବସିଛନ୍ତି । ସୂଚନା ଅନୁସାରେ ସଂଜୟ ଦତ୍ତଙ୍କ ବାୟୋପିକରେ ଅଭିନୟ କରିବେ ମଲ୍ଲିକ କାଫୁର ଓରଫ୍ ଜିମ୍ ସରଭ୍ । ସଂଜୟ ଦତ୍ତଙ୍କ ବାୟୋପିକରେ ସଂଜୁ ବାବାଙ୍କ ଭୂମିକା ନିର୍ବାହ କରିବେ ରଣବୀର କପୁର । ଉକ୍ତ ସିନେମାରେ ସଂଜୟ ଦତ୍ତଙ୍କ ନିକଟତର ବନ୍ଧୁ ଓ ପରିଚିତଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଆଉ ସେହି ତାଲିକାରେ ଅଛନ୍ତି ସଲମାନ୍ ଖାନ । ତେବେ ଭାଇଜାନଙ୍କ ଭୂମିକା ନିର୍ବାହ କରିବାକୁ ଜିମ୍ ସରଭଙ୍କ ନାମ ଆଗକୁ ଆସିଛି । ଜିମ୍ ସରଭ୍ ପଦ୍ମାବତରେ ସମଲିଙ୍ଗୀ ଓ ନୀରଜାରେ ଆତଙ୍କବାଦୀ ଭୂମିକାରେ ଆସିଥିଲେ ।

ଏକ ସମୟରେ ସଲମାନ ଓ ସଂଜୟ ଘନିଷ୍ଠ ବନ୍ଧୁ ଥିଲେ । କିନ୍ତୁ ପରେ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ସଂଜୟ ଦତ୍ତ ଜେଲରୁ ମୁକୁଳିବା ପରେ ସଲମାନ ତାଙ୍କୁ ଦେଖା କରିନଥିଲେ । ସୂତ୍ରରୁ ଜଣାପଡିଛି ଯେ, ଏହି ବାୟୋପିକ୍ ସିନେମା ସଂଜୁ ବାବା ଓ ସଲମାନଙ୍କ ବନ୍ଧୁତ୍ୱକୁ ନେଇ କେନ୍ଦ୍ରିତ । ୯୦ ଦଶକରେ ଏହି ଯୋଡି ଚର୍ଚ୍ଚାରେ ରହୁଥିଲେ । ସିନେ ନିର୍ମାତାଙ୍କ ଅନୁସାରେ ଜିମ୍ ସରଭ ଏହି ରୋଲ ପାଇଁ ନିପୁଣ । ସେ ନୀରଜା ଓ ପଦ୍ମାବତରେ ନିପୁଣ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ତେଣୁ ତାଙ୍କ ଅଭିନୟ ଦକ୍ଷତା ଉପରେ ଗଭୀର ବିଶ୍ୱାସ ଅଛି ବୋଲି କହିଛନ୍ତି ସିନେନିର୍ମାତା ।

ସୂଚନାଯୋଗ୍ୟ ଏହି ସିନେମାରେ ରଣବୀର କୁପର ମୁଖ୍ୟ ଭୂମିକାରେ ଅଛନ୍ତି । ଏହା ବ୍ୟତୀତ ସୋନମ କୁପର, ମନୀଷା କୋଇରାଲା ମଧ୍ୟ ଗରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଏହି ବାୟୋପିକ୍ ସିନେମାକୁ ରାଜକୁମାର ହୀରାନୀ ନିର୍ଦ୍ଦେଶନା ଦେଉଛନ୍ତି । ଏବେ ପର୍ଯ୍ୟନ୍ତ ସିନେମାର ଟାଇଟଲ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ତେବେ ଖବର ଆସୁଛି ୨୯ ଜୁନରେ ରିଲିଜ ହେବ ଏହି ସିନେମା ।