ଭାରତକୁ ଧମକ ଦେଲେ ପାକିସ୍ତାନ ପତ୍ରକାର ! କହିଲେ, ତୋବା ତୋବା ଟମାଟର ଜବାବ୍ ଆଟମ୍ ବମ୍ ମାଧ୍ୟମରେ ଦେବୁ, ଭାଇରାଲ୍ ହେଲା ଭିଡିଓ
ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର କୃଷକମାନେ ପାକିସ୍ତାନକୁ ଟମାଟ ପଠାଇବା ବନ୍ଦ କରି ଦେଇଥିଲେ । ଏହା ପରେ ପାକିସ୍ତାନରେ ଟମାଟ ଦର ଆକାଶଛୁଆଁ ହୋଇଛି । ଯାହାର ପ୍ରଭାବ ପାକିସ୍ତାନର ଟିଭି ଚ୍ୟାନେଲରେ ବି ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ପାକିସ୍ତାନ ଟିଭି ଚ୍ୟାନେଲର ଜଣେ ରିପୋର୍ଟରଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ପତ୍ରକାର ଜଣକ କହୁଛନ୍ତି ଭାରତ ପାକିସ୍ତାନକୁ ଟମାଟ ନ ପଠାଇବା ଭଳି କାର୍ଯ୍ୟ କରି ଖୁବ୍ ନିଚ୍ଚତା ଭଳି କାମ କରିଛନ୍ତି । ପାକିସ୍ତାନ ଏକ ଏଟମିକ୍ ଶକ୍ତି । ଏହି ଟମାଟର ପ୍ରତିଶୋଧ ପାକିସ୍ତାନ ଆଟମ୍ ବମ୍ ମାଧ୍ୟମରେ ଦେବ । ତେବେ ସବୁଠାରୁ ମଜା କଥା ହେଉଛି ଭିଡିଓ ଚାଲିଥିବା ସମୟରେ ପଛରେ କିଛି ଲୋକ ବସି ରିପୋର୍ଟରଙ୍କ କଥା ଶୁଣି ହସୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
“Tamatar ka jawab atom bomb se de gay.” So much trash on our tv channels #TaubaTaubapic.twitter.com/2myeGCvECw
— Naila Inayat नायला इनायत (@nailainayat) February 23, 2019
ଭାରତରେ ଯେଉଁଠି ଟମାଟ ପ୍ରତିକିଲୋ ୧୦ ରୁ ୨୦ ଟଙ୍କାରେ ବିକ୍ରି ହେଉଛି, ଲାହୋରରେ ଟମାଟ ପ୍ରତି କିଲୋ ୧୮୦ ଟଙ୍କା ରହିଛି । କେବଳ ଟମାଟ ନୁହେଁ ଅନ୍ୟାନ୍ୟ ପରିବା ମଧ୍ୟ ପାକିସ୍ତାନରେ ଆକାଶଛୁଆଁ ଦରରେ ବିକ୍ରି ହେଉଛି । ପାକିସ୍ତାନୀ ଲୋକଙ୍କ ପାଇଁ ପରିବା କିଣିବା ସୁନା କିଣିବା ଭଳି ହୋଇଗଲାଣି । ପୁଲୱାମା ଆକ୍ରମଣ ପରେ ମୋଦି ସରକାର ପାକିସ୍ତାନରୁ ମୋଷ୍ଟ ଫେବର୍ଡ ନ୍ୟାସନ୍ ର ସମ୍ନାନ ଛଡାଇ ନେଇଥିଲେ ଏବଂ ଏହା ଉପରେ ଇମ୍ପୋର୍ଟ ଡ୍ୟୁଟିକୁ ୨୦୦ ପ୍ରତିଶତ ବଢାଇ ଦେଇଥିଲେ । ଯାହାର ପ୍ରଭାବ ପାକିସ୍ତାନ ଉପରେ ଦେଖିବା ଆରମ୍ଭ ହୋଇଗଲାଣି ।
Dear #Pakistan, even this version of #TaubaTauba will be banned soon too! Enjoy while you can. pic.twitter.com/0Auezianz9
— (@GuitarBollywood) February 23, 2019
ଏହି ଆକ୍ରମଣର ବିରୋଧ କରିବାକୁ ଯାଇ ଭାରତୀୟ କୃଷକମାନେ କହିଥିଲେ ଯେ ତାଙ୍କ ଟମାଟ ପଚିସଢି ଯାଉ କିନ୍ତୁ ପାକିସ୍ତାନ ନ ଯାଉ । ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ପ୍ରାୟ ୫ ହଜାର କୃଷକ ଟମାଟ ଚାଷ କରନ୍ତି । ଏହି ଚାଷୀମାନେ ପାକିସ୍ତାନକୁ ଟମାଟ ଦେବା ପାଇଁ ମନା କରିଛନ୍ତିି । ପୁଲାୱାମା ଆକ୍ରମଣରେ ୪୦ ଯବାନ ସହିଦ୍ ହେବା ପରେ ଦେଶ କ୍ରୋଧ ଏବଂ ଦୁଃଖରେ ମ୍ରିୟମାଣ ହୋଇଯାଇଛି । ୧୪ ଫେବୃୟାରୀରେ ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନ ସ୍ଥିତ ଆତଙ୍କ ସଂଗଠନ ଜୈସ-ଏ-ମହମ୍ମଦ ନିଜେ ଏହାର ଦାୟୀ ବୋଲି ସ୍ୱୀକାର କରିଥିଲା । ତେବେ ଏହି ଭିଡିଓକୁ ଭାରତରେ କିଛି ୟୁଜର୍ସ ନିଜ ମାଧ୍ୟମରେ ଉଚିତ୍ ଜବାବ୍ ଦେଇଛନ୍ତି । ଜଣେ ୟୁଜର ବଲିଉଡର ଗୀତ ତୋବା ତୋବାକୁ ମଧ୍ୟ ବ୍ୟାନ୍ କରିଦେବାକୁ କହିଥିଲେ ।