ଗୁଡି ଉଡିଗଲା ଆତ୍ମା ଉଡିଗଲା! ମୃତ୍ୟୁ ଶଯ୍ୟାରେ ରସରାଜ ନାରାୟଣ ପ୍ରସାଦ ସିଂ, ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀକୁ ଦେଇଥିଲେ ଅନେକ ହିଟ୍ ଗୀତ

131

କନକ ବ୍ୟୁରୋ : ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କର ଆଜି ୮୬ ବର୍ଷ ବୟସରେ ପରଲୋକ ଘଟିଛି । ୭୦ ଓ ୮୦ ଦଶକରେ ଅନେକ ହିଟ ଓଡିଆ ଗୀତ ଲେଖିଥିଲେ ନାରାୟଣ । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ସାଧନା ପାଇଁ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ଉଡି ଉଡି ଯାରେ ଉଡ଼ି , ଏ ମୋର ଗୁଡ଼ି ଗୀତଟି ସେତେବେଳେ ସଙ୍ଗୀତପ୍ରେମୀଙ୍କ ମନକୁ ବେଶ ଆନମନା କରିଥିଲା । ୭୦ ଦଶକର ଏଭଳି ଗୀତ ଲେଖି ସାରା ରାଜ୍ୟରେ ସମସ୍ତଙ୍କ ହୃଦୟକୁ ଛୁଇଁପାରିଥିବା ଏହି ଗୀତର ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହ ଆଉ ଆମ ଗହଣରେ ନାହାନ୍ତି । କିନ୍ତୁ ତାଙ୍କ ଦ୍ୱାରା ରଚିତ ଗୀତ ଦଶନ୍ଧି ଦଶନ୍ଧି ଧରି ତାଙ୍କୁ ସମସ୍ତଙ୍କ ହୃଦୟରେ ବାନ୍ଧି ରଖିଥିବ ।

ଓଡିଆ ମନୋରଞ୍ଜନ ଜଗତରେ ରସରାଜ ଉପାଧି ପାଇଥିବା ନାରାୟଣ ପ୍ରସାଦ ସିଂଙ୍କ ୮୬ ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି । ଛଅ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ଲେଖନୀରେ ରଦ୍ଧିମନ୍ତ ହୋଇଥିଲା ଓଡିଆ ଚଳଚିତ୍ର ଜଗତ । , ନୂଆବୋଉ, ମାଣିକଯୋଡ଼ି, ଭାଇଭାଉଜ, ଘର ସଂସାର, ରକ୍ତଗୋଲାପ ଭଳି ଅନେକ ହିଟ୍ ଫିଲ୍ମର ଗୀତିକାର ଥିଲେ ରଜରାଜ ନାରାୟଣ ପ୍ରସାଦ ସିଂହ । ଜୀବନ ବ୍ୟାପୀ ଲେଖନୀ ପାଇଁ ରସରାଜ ନାରାୟଣ ପ୍ରସାଦ ସିଂ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଥିଲେ । ଏଥିମଧ୍ୟରେ ଥିଲା ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ଅନୁଷ୍ଠାନର ସମ୍ମାନ ।