କାଷ୍ଟିଂ କାଉଚ ଗୁମର ଖୋଲିବାକୁ ପୁଲିସ୍ ତତ୍ପର : ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ ଆଧାରରେ ୬ଜଣଙ୍କୁ ଜାରି ହେବ ନୋଟିସ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗରେ ୬ ଜଣଙ୍କୁ ଜାରି ହେବ ନୋଟିସ । ଅଭିଯୋଗ ଆସିଥିବା ନିର୍ଦେଶକ ଓ ପ୍ରଯୋଜକଙ୍କୁ ନୋଟିସ କରିବ କମିଶନରେଟ ପୁଲିସ୍ । ସାକ୍ଷ ଓ ପ୍ରମାଣ ଆଧାରରେ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡିଛି । ଓଲିଉଡରେ କାଷ୍ଟିଂ କାଉଚ ଅଭିଯୋଗ ନେଇ ଜଣେ ପରେ ଜଣେ ଅଭିନେତ୍ରୀ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ଶର୍ମିଷ୍ଠା ଥାନାରେ ଅଭିଯୋଗ କରିଥିଲେ, କେମିତି ତାଂକୁ କମ୍ପ୍ରମାଇଜ୍ କରିବାକୁ କହୁଥିଲେ ନିର୍ଦେଶକ ଓ ପ୍ରଯୋଜକ । ଗତକାଲି ତାଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପ୍ରଯୋଜକ ସୁବ୍ରତ ନାୟକ, ନିର୍ଦେଶକ ତାପସ ସରଗରିଆ, ଇଭେଂଟ ମ୍ୟାନେଜର ବାପି ଜେନା, ନିର୍ଦେଶକ ଚଣ୍ଡି ପରିଜା , ନିହାର ସାମଲ ଓ ବିନି ସାମଲଙ୍କ ନାଁରେ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଶର୍ମିଷ୍ଠା । ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ ନେଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛିି । ଆଇପିସିର ଧାରା ୩୫୪, ୨୯୪, ୫୦୬ ଓ ୩୪ ଆଧାରରେ ମାମଲା ରୁଜୁ ହୋଇଛି ।

ଏହା ସହ ପରଦା ପଛର ଭିଲେନ୍ : ଓଲିଉଡର ରଂଗୀନ ପରଦା ପଛରେ କଣ ସବୁ ଚାଲିଛି ସେନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା