ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର !

50

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ସନ୍ଧ୍ୟାରେ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଗତ କିଛି ଦିନ ଧରି ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଂଟକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ତେବେ ତେଜସ୍ୱୀ ଇସ୍ତଫା ଦେବେନାହିଁ ଓ ନୀତିଶ କୁମାରଙ୍କୁ ସେ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଲାଲୁ ପ୍ରସାଦ ଯାଦବ କହିବାର କିଛି ଘଂଟା ପରେ ସେ ଇସ୍ତଫା ଦେଇଛନ୍ତି ।

ବିହାରରେ ବିଜେପିକୁ ପରାସ୍ତ କରି ମହାମେଂଟ କ୍ଷମତାକୁ ଆସିଥିଲା । ଯେଉଁଥିରେ ଜେଡିୟୁ-ଆରଜେଡି–କଂଗ୍ରେସ ମଧ୍ୟରେ ମହାମେଂଟ ହୋଇ ନିର୍ବାଚନରେ ସଫଳତା ପାଇଥିଲେ । ଆଜି ନୀତିଶ କୁମାର ତେଜସ୍ୱୀ ଯାଦବ ଓ ଅନ୍ୟ ବିଧାୟକଙ୍କ ସହ କିଛି ଘଂଟା ଆଲୋଚନା ମଧ୍ୟ କରିଥିଲେ । ବିହାର ମେଂଟରେ ଲାଲୁଙ୍କ ଆରଜେଡି ହେଉଛି ସବୁଠାରୁ ବଡ ରାଜନୈତିକ ଦଳ । ଅନୁମାନ କରାଯାଉଛି, ବିଜେପି ସମର୍ଥନରେ ପୁଣି ଜେଡିୟୁ ବିହାରରେ ସରକାର କରିପାରେ । ଅର୍ଥାତ୍ ପୁଣି ବିଜେପି-ଜେଡିୟୁ ମେଂଟ ବିହାରରେ ଦେଖୀବାକୁ ମିଳିପାରେ ।