ଥମୁନି ନିଆଳି ଆତଙ୍କ ! ଅଜଣା ଜନ୍ତୁ ଆକ୍ରମଣରେ ପୁଣି ମଲେ ୪ ମେଣ୍ଢା, ୩ ନିଖୋଜ 

46

କନକ ବ୍ୟୁରୋ : ନିଆଳି ଆତଙ୍କ ଜାରି ରହିଛି । କାଲି ନିଆଳିର ନାଟିଗାଁରେ ଅଜଣା ଜନ୍ତୁ ଆତଙ୍କରେ ୪ ମେଣ୍ଢାଙ୍କର ଜୀବନ ଯାଇଛି ଓ ୩ ମେଣ୍ଢା ନିଖୋଜ ହୋଇଯାଇଛନ୍ତି । ଅଜଣା ଜନ୍ତୁକୁ ଧରିବାକୁ ପ୍ରଶାସନ ନାକେଦମ ହୋଇସାରିଲାଣି । ଶିମିଳିପାଳରୁ ସ୍ୱତନ୍ତ୍ର ଟିମ୍ ଆସି ତନାଘନା ଚଳାଇଛି । ଅଜଣା ଜନ୍ତୁକୁ ଧରିବାକୁ କ୍ୟାମେରା, ଜାଲ ଓ ଜନ୍ତା ବିଛାଯାଇଥିଲେ ବି କିଛି କାମ ଦେଉନି । ଏପରିକି ଡ୍ରୋନ କ୍ୟାମେରା ବି ଲଗାଯାଇଛି ।