ଏମିତି ଦିଶିବ ରାଜଧାନୀ ଏକ୍ସପ୍ରେସ । ଆସିଲା ନୂଆ ଡିଜାଇନ, ଓଡ଼ିଶାର କଳା-ସଂସ୍କୃତିରେ ଝଲସି ଉଠିବ ଏହି ଟ୍ରେନ୍ ।

1,116

ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି । ଏହି ଡିଜାଇନରେ ଯେ ରାଜଧାନୀ ଏକ୍ସପ୍ରେସର ବାହାର ପାଶ୍ୱର୍ରେ ଓଡ଼ିଶାର ପରିବେଶ, ପଶୁପକ୍ଷୀ, ବେଳାଭୂମି, ଅଲିଭ ରିଡଲେ କଇଁଛ, ପଟ୍ଟଚିତ୍ର, ପର୍ଯ୍ୟଟନସ୍ଥଳ ତଥା ଓଡ଼ିଶାର ପ୍ରସିଦ୍ଧ ଶାସ୍ତ୍ରୀୟ ଓ ଲୋକନୃତ୍ୟ ଓଡ଼ିଶା ପ୍ରସିଦ୍ଧ ମନ୍ଦିର ଆଦିର ଚିତ୍ର ରହିଛି ।

ରାଜଧାନୀ ଏକ୍ସପ୍ରେସକୁ ଓଡ଼ିଶାର କଳା-ସଂସ୍କୃତିର ଏକ୍ସପ୍ରେସରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଆଶା କରାଯାଉଛି ଯେ ଅକ୍ଟୋବର୍ ମାସ ମଧ୍ୟ ଭାଗ ସୁଦ୍ଧା ଶେଷ ହେବ । ଏହି ନୂତନ ରୂପରେ ସଜ୍ଜିତ ରାଜଧାନୀ ଏକ୍ସପ୍ରେସକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି, କୋଇଲା ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ନୁଆଦିଲ୍ଲୀ ଷ୍ଟେସନ୍ ଠାରୁ ଲୋକାର୍ପିତ ହେବାର ଯୋଜନା ରହିଛି ।