ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ! କରିବେ ବନ୍ୟାଂଚଳ ପରିଦର୍ଶନ

22

କନକ ବ୍ୟୁରୋ : ଆସାମ ଗସ୍ତରେ ବନ୍ୟାଂଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବାରମ୍ବାର ଆସାମରେ ବନ୍ୟା ପରିସ୍ଥିତି ଦେଖା ଦେଉଥିବାରୁ ଏହାର ସ୍ଥାୟୀ ସମାଧାନ ନେଇ ସେ ସରକାର ଓ ପ୍ରଶାସନ ସହ ଆଲୋଚନା କରିବେ । ପ୍ରଥମେ ମନ୍ତ୍ରୀ ପରିଦଷ ସହ ଆଲୋଚନା କରିବା ପରେ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଅଲଗା ଅଲଗା ଆଲୋଚନା କରିବେ ବୋଲି କହିଛନ୍ତି ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ଆସାମ ଆସିବା ପରିବର୍ତ୍ତେ ଗୁଜରାଟରେ ବନ୍ୟାଂଚଳ ଗସ୍ତ କରିଥିବାରୁ ମୋଦିଙ୍କୁ କଡା ସମାଲୋଚନା କରିଥିଲା କଂଗ୍ରେସ । ଏହାର ଜବାବ ରଖି ବିଜେପି ସରକାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବନ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ କ୍ଷତିଗ୍ରସ୍ତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏଥିସହ ବନ୍ୟାରେ ମୃତକଙ୍କ ତାଲିକା ଓ କ୍ଷୟ କ୍ଷତିର ଆକଳନ କରି ରିପୋର୍ଟ ପଠାଇବାକୁ କହିସାରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ସେହିପରି ଗତ ୨୫ ତାରିଖରେ ଏକ ୭ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ବନ୍ୟାଂଚଳ ଗସ୍ତ କରିସାରିଛି ବୋଲି ଆସାମ ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।