ନବଦିଗନ୍ତ ଚିଟଫଣ୍ଡ ମାମଲା ! ଭୁବନେଶ୍ୱରର ସ୍ୱତନ୍ତ୍ର ସେଜେଏମ କୋର୍ଟରେ ହାଜର ହେଲେ ସଂସ୍ଥାର ସିଏମଡି ଅଞ୍ଜନ ବଳିୟାର ସିଂ

34

କନକ ବ୍ୟୁରୋ: ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସଂସ୍ଥାର ସିଏମଡି ଅଞ୍ଜନ ବଳିୟାର ସିଂ ଆଜି ଭୁବନେଶ୍ୱରର ସ୍ୱତନ୍ତ୍ର ସେଜେଏମ କୋର୍ଟରେ ହାଜର ହୋଇଛନ୍ତି । ପୂର୍ବରୁ ସେ ନିଜର ଦୋଷ ସ୍ୱୀକାର କରିସାରିଛନ୍ତିା ଆଜି ତାଙ୍କୁ ଜେରା କରାଯିବ । ମାମଲାରେ ସଂପୃକ୍ତ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ହିତେଶ ବଗର୍ତୀଙ୍କ ଲିଙ୍କ୍ ନେଇ ବି ପଚରାଉଚରା କରାଯିବ । ଏହାପରେ ସଂପୃକ୍ତ ସାଂସଦ ଓ ନେତାଙ୍କ ଅଡୁଆ ବଢିବା ସମ୍ଭାବନା ରହିଛି । ଅଞ୍ଜନ ବଳିୟାର ସିଂ ଦୋଷ ସ୍ୱୀକାର କରିବା ପରେ ତାଙ୍କ ଦଣ୍ଡ ବିଧାନ ନେଇ ଖୁବଶୀଘ୍ର ଶୁଣାଣି ହେବା ସମ୍ଭାବନା ରହିଛି ।