ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ଛାତ୍ର ସମାବେଶ !

29

କନକ ବ୍ୟୁରୋ : ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉତରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ଯୁବ ଛାତ୍ର ସମାବେଶ । ମୁଖ୍ୟ ଅତିଥି ଭାବେ ସମାବେଶରେ ଯୋଗ ଦେଇଥିଲେ ଶିଶୁ ସାହିତ୍ୟିକ ଦାଶ ବେନହୁର । ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ସାମିଲ ହୋଇଥିଲେ ।

ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ଆବାହକ ମହମଦ ମନ୍ୱର ଅଲ୍ଲୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ନବନିର୍ମାଣ କୃଷକ ସଂଗଠନର ଆବାହକ ଶେଷଦେବ ନନ୍ଦ, କୃଷକ ନେତା ଉମାକାନ୍ତ ରାଉତ, ଦୁର୍ଗା ପ୍ରସାଦ ଦାସ, ନାରୀ ନେତ୍ରୀ ମଧୁମିତା ସାମଲ ଓ ନମିତା ପାଲ ଯୋଗ ଦେଇଥିଲେ । ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ସମାବେଶରେ ଜିଲ୍ଲାର ବିଭିନ୍ନ କଲେଜରୁ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବକମାନେ ଯୋଗ ଦେଇଥିଲେ ।