ଭୋଟ ଦେଲେ ହେଭିୱେଟ୍ । ରାଜ୍ୟରେ ଉତ୍ସାହର ସହ ଚାଲିଛି ଶେଷ ପର୍ଯ୍ୟାୟ ଭୋଟିଂ ।

269

କନକ ବ୍ୟୁରୋ: ଆଜି ଦେଶରେ , ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ । ଓଡିଶା ବି ଦେଉଛି ଶେଷ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ରାଜ୍ୟର ହେଭିୱେଟ୍ କରିଛି ନିଜ ନିଜର ମତଦାନ । ଏହି କ୍ରମରେ ଆଜି ନିଜର ଗଣତାନ୍ତ୍ରୀକ ଅଧିକାର ସବ୍ୟାସ୍ତ କରିଛିନ୍ତି ଉଭୟ ରାଜ୍ୟ ଓ ଦେଶର ହେଭିୱେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନିର୍ବାଚନ କ୍ଷେତ୍ରରୁ ଭୋଟ ଦେଇଥିବାବେଳେ ଜେପି ନଡ୍ଡା ମଧ୍ୟ ସପରିବାର ଯାଇ ଭୋଟ ଦେଇଛନ୍ତି । ଉତ୍ତରପ୍ରଦେଶ ମୁୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭୋଟ େ;ଦଇଛନ୍ତି ।

ରାଜ୍ୟରେ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ଓ ବିଜେଡି ସାଂସଦ ପାର୍ଥୀ ଲେଖାଶ୍ରୀ ବୁଥକୁ ଯାଇ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ସେପରି ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ବିଞ୍ଝାରପୁର ବିଧାୟିକା ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମଧ୍ୟ ନିଜ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ମତଦାନ କରିଛନ୍ତି । ବସ୍ତା ବିଧାୟିକା ପ୍ରାର୍ଥୀ ସୁଭାସିନି ଜେନା, କାକଟପୁର ବିଜେଡି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ତାଙ୍କ ପରିବାର ସହ ଯାଇ ଭୋଟ ଦେଇଛନ୍ତି । ସେହିଭଳି ନିମାପଡା ବିଜେପି ବିଧାୟିକା ପ୍ରଭାତି ପରିଡା ମଧ୍ୟ ବୁଥକୁ ଯାଇ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ସେହିପରି ସମ୍ବଲପୁର ବିଜେଡି ଲୋକସଭା ପ୍ରାଥୀୟ ପ୍ରଣବ ପ୍ରକାଶ ଦାସ ଯାଜପୁର କୋରେଇ ଯାଇ ନିଜ ମତଦାନ କରିଛନ୍ତି ।ପ୍ରତାପ ଦେବ ମଧ୍ୟ ମତଦାନ କରିଛନ୍ତି ।