ନିର୍ବାଚନ ବେଳେ ଅଘଟଣ । ଅଚାନକ ପ୍ରାଣ ହରାଇଲେ ବିଏଲଓ ।

182

କନକ ବ୍ୟୁରୋ: ନିର୍ବାଚନ ବେଳେ ଅଘଟଣ । ଡ୍ୟୁଟି କରୁଥିବାବେଳେ ସମୟରେ ପ୍ରାଣ ହରାଇଲେ ବିଏଲଓ । ଯାଜପୁର ବିଞ୍ଝାରପୁରର ଫତେପୁର ବୁଥରେ ଘଟିଛି ଏଭଳି ଅଘଟଣ । ଏହି ବୁଥରେ ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ସେ ୧୫୭ ନମ୍ବର ବୁଥରେ କାର୍ଯ୍ୟରତ ଥିଲେ । ହେଲେ ହଠାତ୍ ତାଙ୍କ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।