ଭୋଟ ଦେଉଛି ଓଡିଶା । ଦିନ ୧୧ଟା ସୁଦ୍ଧା ଦେଶରେ ୨୬ ପ୍ରତିଶତ ଓ ରାଜ୍ୟରେ ୨୨.୯୭ ପ୍ରତିଶତ ମତଦାନ ।

57

କନକ ବ୍ୟୁରୋ: ଆଜି ପୁରା ଦେଶରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ । ଦେଶରେ ସପ୍ତମ ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟିଂରେ ୨୬ପ୍ରତିଶତ ମତଦାନ ହୋଇଛଇ । ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରେ ଏଯାଏଁ ସର୍ବାଧିକ ମତଦାନ ହୋଇଥିବା ବିହାର ଓ ଓଡିଶାରେ ଧୀମା ମତଦାନ ଚାଲିଥିବା ଜଣାପଡିଛି । ରାଜ୍ୟରେ ବି ଆଜି ହେଉଛି ଶେଷ ପର୍ଯ୍ୟାୟ ଭୋଟିଂ । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୂୟରଭଞ୍ଜ ଲୋକସଭା ଆସନ ସହ ଏହି ସଂସଦୀୟ କ୍ଷେତ୍ରର ୪୨ ବିଧାନସଭା ଆସନରେ ପଡୁଛି ଭୋଟ । ଆଜି ସକାଳ ୧୧ଟା ସୁଦ୍ଧା ୨୨.୯୭୮ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ୨୭.୮୪%, ଭଦ୍ରକରେ ୧୯.୪୬% , ଜଗତସିଂପୁରରେ ୨୧.୭୬%, ଯାଜପୁରରେ ୧୯.୨୪% ମତଦାନ ହୋଇଛି । ସେହିପରି କେନ୍ଦ୍ରାପଡାରେ ୨୨.୩୯%, ମୟୂରଭଞ୍ଜରେ ୨୨.୪୬ ପ୍ରତିଶତ ମତଦାନ ହୋଇଛି ।