ପାନବରଜରେ ହୋଇଛି ପୋଲିଂ ବୁଥ୍ । ମନ ଖୁସିରେ ଯାଇ ଭୋଟ ଦେଉଛନ୍ତି ଭୋଟର । ଫଟୋରେ ଫଟୋରେ ଖବର ।

255

କନକ ବ୍ୟୁରୋ: ଆଜି ରାଜ୍ୟ ଦେଉଛି ଶେଷ ପର୍ଯ୍ୟାୟ ଭୋଟ । ଭୋଟରଙ୍କୁ ଖୁସିରେ ଖୁସିରେ ଆଣି ମତଦାନ କରାଇବାକୁ ଉଭୟ ସ୍ଥାନୀୟ ଲୋକ ଓ ପ୍ରାର୍ଥୀଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କିଛି କିଛି ସ୍ଥାନରେ ଏଭଳି ପୋଲିଂ ବୁଥ ନିର୍ମାଣ କରାଯାଇଛି ଯାହା ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ ହୋଇଛି ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ପୋଲିଂ ବୁଥରେ । ପୁରା ବୁଥ୍ ପାଲଟିଛି ପାନ ବରଜ ।

ଉପରେ ତାଟି , ବେଣା ଛପର ସାଙ୍ଗକୁ ଚାରିପଟେ ପାନ ଗଛ ରୋପଣ କରାଯାଇଛି । ବୁଥ ବାହାରେ ଏହି ମନୋରମ ଦୃଶ୍ୟ ଭୋଟରଙ୍କୁ ଖୁସି କରିଦେବା ଭଳି ହୋଇଛି । ପାନ ଗଛ ଗୁଡିକୁ ସତେଜ ରଖିବାକୁ କ୍ରମାଗତ ଭାବେ ପାଣି ସିଞ୍ଚନ ମଧ୍ୟ କରାଯାଉଛି ।

ଏହା ଗଣତନ୍ତ୍ର ପର୍ବକୁ ଖୁସିରେ ସମ୍ପନ୍ନ କରିବା ସହ ଆମ ଓଡିଶାର ଐତିହ୍ୟ  ପରମ୍ପରାକୁ ପ୍ରତିପାଦନ କରୁଛି । ଏହାକୁ ରାଜ୍ୟ ନିର୍ବାଚନଦ କମିଶନ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି ଏବଂ ଏହାର ଟ୍ୱିଟର ହ୍ୟାଣ୍ଡେଲରେ ଦେଖିବାକୁ ମିଳିଛି ।

ସେହିଭଳି ନିଆଳିର ଏକ ବୁଥରେ ମଧ୍ୟ ଇକୋ ଫ୍ରେଣ୍ଡଲି ପୋଲିଂ ସେଣ୍ଟର ନିର୍ମାଣ କରାଯାଇଛି । ଗରମ ଗୁଳୁଗୁଳିରେ ମଧ୍ୟ ଭୋଟରମାନେ ଯେଭଳି ଆସି ଆରାମରେ ଭୋଟ ଦେଇ ଯାଇପାରିବେ ସେଭଳି ବ୍ୟବସ୍ଥା କରାଯାଇଛି । ବୁଥ ବାହାରେ ଚାଳ ଛପର କରାଯାଇଛି ।