ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ଅଚଳ । ଜାଣନ୍ତୁ, କେଉଁଠି, କେଉଁଠି କାମ କରୁନି ଭୋଟିଂ ମେସିନ୍…

103

କନକ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଅବ୍ୟବସ୍ଥାର ଚିତ୍ର । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାମ କରୁନି ଇଭିଏମ୍ । ଯାଜପୁର ୯୮ ନମ୍ବର ବୁଥରେ କାମ କରୁନି ମେସିନ୍, ଅନ୍ୟପଟେ ବାଙ୍ଗିରିପୋଷୀରେ ମଧ୍ୟ ୯୪ ନମ୍ବର ବୁଥରେ ମତଦାନ ବିଳମ୍ବ ହେଇଛି । ସେହିପରି ଗୋପ ବ୍ଲକ ୨୬୩ ଓ ୨୬୪ ନମ୍ବର ବୁଥରେ ଧାର୍ଯ୍ୟ ସମୟ ପରେ ବି ଆରମ୍ଭ ହୋଇପାରିନି ଭୋଟିଂ ।ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ମତଦାତା ରହିଛନ୍ତି ।