ମହାଜାଗତିକ ଦୃଶ୍ୟର ମଜା ନେଲେ ମୋଦି । ସ୍ୱତନ୍ତ୍ର ଚଷମା ପିନ୍ଧି ଦେଖିଲେ ସୂର୍ଯ୍ୟୋପରାଗ । ସୋସିଆଲ ମିଡିଆ କହିଲା, ଚଷମାର ଦାମ୍ ଦେଢ ଲକ୍ଷ ।

684

କନକ ବ୍ୟୁରୋ : ଆକାଶରେ ତିନି ଘଣ୍ଟାର ଛାଇ ଆଲୁଅ ଖେଳ ପରେ ଛାଡିଯାଇଛି ସୂର୍ଯ୍ୟୋପରାଗ । ଦେଶର କୋଣ ଅନୁକୋଣରୁ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଛନ୍ତି ଦେଶବାସୀ । ଆଉ ଆକାଶରେ ଏହି ମହାଜାଗତିକ ଦୃଶ୍ୟକୁ ମଧ୍ୟ ସ୍ୱତନ୍ତ୍ର ଚଷମା ପିନ୍ଧି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂର୍ଯ୍ୟୋଗ୍ରହଣ ଦେଖୁଥିବା ସମୟର ଫଟୋ ମଧ୍ୟ ଟ୍ୱିଟ୍ କରି ସେୟାର କରିଥିଲେ ମୋଦି । ଆଉ ମୋଦିଙ୍କ ଏହି ଟ୍ୱିଟରେ ଅନେକ ଲୋକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏପରିକି କିଛି ୟୁଜର୍ସ ମୋଦି ପିନ୍ଧିଥିବା ଚଷମାକୁ ନେଇ ସମାଲୋଚନା କରିଛନ୍ତି ।

କିଛି ଲୋକ କହିଛନ୍ତି, ମୋଦି ପିନ୍ଧିଥିବା ଟଷମାଟି ହେଉଛି ଜର୍ମାନୀର । ଆଉ ଏହାର ଦାମ୍ ହେଉଛି ଦେଢ ଲକ୍ଷ ଟଙ୍କା । ଏପରିକି ଜଣେ ବ୍ୟକ୍ତି ଉକ୍ତ ଚଷମାର ସମ୍ପୃକ୍ତ ବିବରଣୀ ମଧ୍ୟ ଟ୍ୱିଟ୍ କରିଛନ୍ତି । ଆଉ ଏହା ପରେ ମୋଦିଙ୍କ ଚଷମାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋରେ ଲୋକମାନେ ବିଭିନ୍ନ ପ୍ରକାରର ଉକ୍ତି ମଧ୍ୟ ରଖୁଛନ୍ତି । ଆଉ ମୋଦି ପିନ୍ଧିଥିବା ଚଷମାର ଦାମ୍ ଦେଢ ଲକ୍ଷ ଟଙ୍କା ବୋଲି ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଆଜି ବିରଳ ସୂର୍ଯ୍ୟୋପରାଗ ଦେଖିସାରିବା ପରେ ମୋଦି ନିଜ ଫଟୋକୁ ଟ୍ୱିଟର ପେଜରେ ସେୟାର କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, ଅନେକ ଭାରତୀୟଙ୍କ ପରି ସେ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବାକୁ ଅତ୍ୟନ୍ତ ଉତ୍ସାହିତ ଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ଘନ ବାଦଲ କାରଣରୁ ସୂର୍ଯ୍ୟୋପରାଗ ଭଲ ଭାବେ ଦୃଶ୍ୟମାନ ହେଲାନାହିଁ । କିନ୍ତୁ ସ୍ୱତନ୍ତ୍ର ଚଷମାରେ ସୂର୍ଯ୍ୟୋପରାଗର କିଛି ଝଲକ ଦେଖିପାରିଲେ ବୋଲି କହିଛନ୍ତି ମୋଦି । ବିଶେଷଜ୍ଞଙ୍କ ସହ କଥା ହୋଇ ଏବାବଦରେ ଅଧିକ ଜ୍ଞାନ ଆହରଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।