ସଫଳ ହେଲା ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ! ଭାରତକୁ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ମିଳିବା ନେଇ ହେଲା ଚୁକ୍ତି

37

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ଭାରତକୁ ଦେଇଛି ବିଶେଷ ସଫଳତା । ଭାରତକୁ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ମିଳିବା ନେଇ ଚୁକ୍ତି ହୋଇଛି । ଭାରତକୁ ରୁଷ ଏସ-୪୦୦ ଡିଫେନ୍ସ ସିଷ୍ଟମ ମିଳିବା ନେଇ ସ୍ପଷ୍ଟ ହୋଇଛି । ଏହି ପ୍ରତିରକ୍ଷା ଉପକରଣ ମିଳିବା ଦ୍ୱାରା ଭାରତ ଚୀନ ଓ ପାକିସ୍ଥାନକୁ କଡା ମୁକାବିଲା କରିପାରିବ ।

ଏହି ଉପକରଣ ଦ୍ୱାରା ଏକାସମୟରେ ୩୬ ଟି ମିସାଇଲକୁ ଧ୍ୱଂସ କରାଯାଇପାରିବ । କିଛି ବର୍ଷଧରି ଏହି ଉପକରଣକୁ ହାତେଇବାକୁ ଭାରତ ଚେଷ୍ଟା କରିଆସୁଥିଲା । ଶେଷରେ ଭାରତକୁ ଏହି ଉପକରଣ ମିଳିବ । ଏହା ଛଡା ଭାରତ ରୁଷଠାରୁ କାମୋବ ୨୨୬ ହେଲିକପ୍ଟର ମଧ୍ୟ କିଣିବ । ପାଖାପାଖି ୨୦୦ ହେଲିକପ୍ଟର ଭାରତ ରୁଷ ଠାରୁ କିଣିବାକୁ ଥିବାବେଳେ ୪୦ଟି ରୁଷରୁ ଆସିବାକୁ ଥିବାବେଳେ ବାକି ୧୬୦ଟି ଭାରତରେ ରୁଷ ସହାୟତରେ ନିର୍ମାଣ କରାଯିବ ।