ନୂଆ ରୂପରେ ପ୍ରଧାନମନ୍ତ୍ରୀ ! ଭାଇରାଲ ହେଲା ମୋଦିଙ୍କ ଫଟୋ, ୬ ଘଣ୍ଟାରେ ୧୦ ଲକ୍ଷ ଲାଇକ୍ ।

1,011

ନୂଆ ରୂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ଲୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଠାଯାଇଥିବା ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଆଉ ସବୁଠାରୁ ବଡ କଥା ହେଉଛି, ଫଟୋ ପୋଷ୍ଟ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ମୋଦିଙ୍କ ଏହି ନୂଆ ଫଟୋକୁ ୧୦ ଲକ୍ଷ ଲାଇକ୍ସ ମିଲିଛି । ତେବେ ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ପାଦରେ ଚପଲ ପିନ୍ଧିଛନ୍ତି । ଏବଂ ମୋଦିଙ୍କ ହାତରେ ରହିଛି କିଚି ନୋଟ୍ ବୁକ୍ ଏବଂ ଫାଇଲ୍ । 

ପୋର୍ଟ ବ୍ଲେୟରରେ ଉଠାଯାଇଥିବା ମୋଦିଙ୍କ ଏହି ଫଟୋରେ କ୍ୟାପସନ ରହିଛି, ‘ସୁନ୍ଦର ପୋର୍ଟ ବ୍ଲେୟରରେ ଏକ ସକାଳ । ସୂର୍ଯ୍ୟଦୋୟର ସମୟ ଏବଂ ପାରମ୍ପରିକ ପୋଷାକ । ଆମର ସ୍ୱତନ୍ତ୍ରତା ସଂଗ୍ରାମର ସାହସୀ ନାୟକ, ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି ।’ ମୋଦିଙ୍କ ଫଟୋରେ କିଛି ଏହିଭଳି କ୍ୟାପସନ୍ ଥିବା ଦେଖିବାକୁ ମିଳିଛି । ଆସନ୍ତୁ ଦେଖିବା ନିକଟରେ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କିଛି ନିଆରା ଫଟୋ ।

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ୧୬ ମିଲିୟନ୍ ଲୋକ ଫଲୋ କରୁଛନ୍ତି । ଆଉ ଏପର୍ଯ୍ୟନ୍ତ ମୋଦି ମୋଟ୍ ୨୪୩ଟି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । 

ପାଖାପାଖି ୬ ଦିନ ପୂର୍ବେ ସେୟାର କରାଯାଇଥିବା ଏହି ଫଟୋରେ ମୋଦିଙ୍କ କ୍ୟାପସନ୍ ଥିଲା, ‘ଏ ସନି ୱିନଟର ମର୍ଣ୍ଣିଂ’ । ଏହିଭଳି ଅନେକ ଫଟୋ ନିକଟରେ ମୋଦି ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି ।