ବିଜୟ ମାରିଲେ ‘୧୨୦’ବାଣ ! ଅମିତ ଶାହାଙ୍କ ଆଧାର ଓ ଗଣିତ ଉପରେ ଉଠାଇଲେ ପ୍ରଶ୍ନ

32

କନକ ବ୍ୟୁରୋ : ୨୦୧୯ରେ ୧୨୦ ଆସନ ପାଇ ଓଡିଶାରେ ସରକାର ଗଢିବ ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏଭଳି ଦମ୍ଭୋକ୍ତି ଉପରେ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର । କେଉଁ ଆଧାରରେ ଅମିତ ଶାହ ଏଭଳି ଘୋଷଣା କରୁଛନ୍ତି, ତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ଏହି ବରିଷ୍ଠ ବିଜେପି ନେତା । ସେପଟେ ମୋ ବୁଥ ସବୁଠୁ ମଜଭୂତ କାର୍ଯ୍ୟକ୍ରମରୁ ଦୂରେଇ ରହିବା ପ୍ରସଙ୍ଗରେ ତାଙ୍କୁ ଡକାଯାଇନଥିବା ପରୋକ୍ଷରେ ଇଙ୍ଗିତ କରିଛନ୍ତି ।

କେବଳ ଏତିକି ନୁହେଁ ବିଜୟଙ୍କ ଅସନ୍ତୋଷ ଦଳୀୟ କାର୍ଯ୍ୟକ୍ରମରୁ ଏସିୟ କ୍ରୀଡା ମହାକୁମ୍ଭ ଯାଏଁ । ଓଡିଶାରେ ଆୟୋଜିତ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିମ୍ବା ଅନ୍ୟ କେନ୍ଦ୍ରୀୟ ନେତା ସାମିଲ ନଗେବାକୁ ମଧ୍ୟ ସମାଲୋଚନା କରିଛନ୍ତି ବିଜୟ ମହାପାତ୍ର । ସେପଟେ କହିଛନ୍ତି ରାଜ୍ୟ ସରକାର ତାଙ୍କ କର୍ତ୍ତବ୍ୟ କରିଛନ୍ତି ।

ବିଜୟ ବନାମ ବିଜେପି । ଅନେକ ସମୟରେ ଶାଣୀତ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରି ସରକାରୀ ଦଳକୁ ଅଡୁଆରେ ପକାଇ ଦେଉଥିବା ଏହି ବରିଷ୍ଠ ବିଜେପି ନେତାଙ୍କ ଦଳ ବିରୋଧୀ ସ୍ୱର ତାଙ୍କ ଅସନ୍ତୋଷକୁ ଖୋଲାଖୋଲି ବୟାନ କରୁଛି । କେତେବେଳେ ରାଜ୍ୟ ନେତୃତ୍ୱ ପୁଣି କେତେବେଳେ କେନ୍ଦ୍ରୀୟ ନେତୃତ୍ୱ ବିରୋଧରେ ମୁହଁଖୋଲି ବିଜେପି ଅନ୍ତଦ୍ଦ୍ୱର୍ନ୍ଦକୁ ସ୍ପଷ୍ଟ କରିଛନ୍ତି ବିଜୟ ମହାପାତ୍ର ।