ବୟନ ଓ ହସ୍ତତନ୍ତ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସମ୍ବଲପୁରରେ ବିରୋଧ

37

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ବୟନ ଓ ହସ୍ତତନ୍ତ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସମ୍ବଲପୁରରେ ବିରୋଧ କରିଛନ୍ତି ବିଜେପି କର୍ମୀ । ୩୫ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଛି । ଗିରଫ ସମୟରେ ସେମାନେ କଳାପତାକା ପ୍ରଦର୍ଶନ କରିବାସହ ସରକାର ବିରୋଧୀ ନାରାବାଜି ଦେଇଥିଲେ । ସମ୍ବଲପୁର ପ୍ରେସ କ୍ଲବର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ବଲପୁର ଗସ୍ତ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ବରଗଡ଼ରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଗାଡ଼ି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିବା ପରେ ଏବେ ବିଜେପି କର୍ମୀଙ୍କ ଟାର୍ଗେଟରେ ବିଜେଡି ମନ୍ତ୍ରୀ । ମନ୍ତ୍ରୀମାନଙ୍କୁ କଳା ପତାକା ଦେଖାଇ ବିରୋଧ କରୁଛନ୍ତି ବିଜେପି କର୍ମୀ ।