କ୍ରୋଧ ଉପରେ ନିୟନ୍ତ୍ରଣ ହରାଇଲେ ମାଇକ ଟାଇସନ, ବିମାନ ଭିତରେ ଯାତ୍ରୀଙ୍କୁ ମାରିଲେ ମୁଥ

165

କନକ ବ୍ୟୁରୋ : ଆମେରିକାର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ମାଇକ ଟାଇସନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଦେଖବାକୁ ମିଳିଛି କି ବିମାନ ଭିତରେ ଟାଇସନ ଜଣେ ଯାତ୍ରୀଙ୍କୁ ମୁଥ ପରେ ମୁଥ ମାରିଚାଲିଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି, ଟାଇସନ ତାଙ୍କ ସିଟ ପଛରେ ବସିଥିବା ଜଣେ ଯାତ୍ରୀଙ୍କ ଆଡକୁ ନଇଁପଡି ମାଡ ମାରୁଛନ୍ତି ।

ମାଇକ ଟାଇସନ ଜଣେ କ୍ରୋଧୀ ମଣିଷ । ଏହା ପୂର୍ବରୁ ତାଙ୍କର ଏଭଳି କାଣ୍ଡ ଅନେକ ଥର ଦେଖିବାକୁ ମିଳିଛି । ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ଯେତେବେଳେ ଯାତ୍ରୀ ଜଣଙ୍କ ଆସି ଟାଇସନଙ୍କ ପାଖ ସିଟରେ ବସିଲେ ସେତେବେଳ ପର୍ଯ୍ୟନ୍ତ ସବୁକିଛି ଠିକଠାକ ଥିଲା । ଏହାପରେ ଯାତ୍ରୀ ଜଣଙ୍କ କୌଣସି କାରଣରୁ ମାଇକ ଟାଇସନଙ୍କୁ ଉସକାଇଥିଲେ । ଏହାପରେ ଟାଇସନ ନିଜ କ୍ରୋଧକୁ ସମ୍ଭାଳି ନପାରି ଯାତ୍ରୀ ଜଣଙ୍କୁ ମୁଥ ପରେ ମୁଥ ମାରୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ମାଇକ ଟାଇସନ ଫ୍ରାନ୍ସିସ୍କୋରୁ ଫ୍ଲୋରିଡା ଫେରୁଥିଲେ । ଏହି ଘଟଣା ଏପ୍ରିଲ ୨୦ ତାରିଖରେ ଘଟିଥିବା କଥା କୁହାଯାଉଛି ।

କୁହାଯାଉଛି କି ଯାତ୍ରୀ ଜଣଙ୍କ ବାରମ୍ବାର ଟାଇସନଙ୍କୁ ଉସକାଇଥିଲେ । ଏହାପରେ ଟାଇସନ ତାଙ୍କୁ ଶାନ୍ତ ରହିବାକୁ କହିଥିଲେ । ହେଲେ ଯାତ୍ରୀ ଜଣଙ୍କ ଏନେଇ ଟାଇସନଙ୍କ କଥା ନଶୁଣିବାରୁ ସେ ତାଙ୍କ ମାଡ ମାରିଥିଲେ ।