ଗ୍ରାଫାଇଟ୍ ବ୍ୟବସାୟୀଙ୍କ ଘରେ ସିବିଆଇ ରେଡ୍: ୟୁନିୟନ ବ୍ୟାଙ୍କରୁ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚାଲିଛି ଚଢାଉ 

163

କନକ ବ୍ୟୁରୋ: ସମ୍ବଲପୁରରେ ଗ୍ରାଫାଇଟ୍ ବ୍ୟବସାୟୀଙ୍କ ସିବିଆଇ ରେଡ୍ । ସମ୍ବଲପୁର ୟୁନିୟନ୍ ବ୍ୟାଙ୍କରୁ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କଲା ସିବିଆଇ । ବାଲିବନ୍ଧାସ୍ଥିତ ନଟୱରଲାଲ୍ ଅଗ୍ରୱାଲଙ୍କ ବାସଭବନରେ ରେଡ୍ କରିଛି ସିବିଆଇ । ଠକେଇ ଅଭିଯୋଗ କରିଥିଲେ ବ୍ୟାଙ୍କର ରିଜିଓନାଲ୍ ଅଫିସ୍ ଏଜିଏମ୍ ତପନ କୁମାର ସାହୁ । ଅଭିଯୋଗ ଅନୁସାରେ ଗ୍ରାଫାଇଟ୍ ବ୍ୟବସାୟୀ ନଟୱରଲାଲ ବ୍ୟାଙ୍କରୁ ଏହି ଋଣ ନେଇଥିଲେ ।

ଏହି ଋଣ ସେ ୨୦୧୪-୧୭ ଆର୍ଥିକ ବର୍ଷରେ ପର୍ଯ୍ୟାୟକ୍ରମେ ନେଇଥିଲେ । ସେ ମିଥ୍ୟା ଓ ନକଲି ଦସ୍ତାବିଜ୍ ଦେଇ ଏହି ଋଣ ନେଇଥିବା ଏଜିଏମ୍ ନିଜ ଏତଲାରେ ଦର୍ଶାଇଛନ୍ତି । ଏନେଇ ଏଜିଏମ୍ ଗତ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ୬ଜଣ ଅଭିଯୁକ୍ତ, ୩ଟି କମ୍ପାନୀ ଓ ଅଜଣା କର୍ମଚାରୀଙ୍କ ନାଁରେ ଅଭିଯୋଗ କରିଥିଲେ । ତେବେ ଏନେଇ ସିବିଆଇ ପକ୍ଷରୁ ୧୨୦ବି, ୪୨୦, ୪୬୭, ୪୬୭ ଧାରାରେ ମାମଲା ରୁଜୁ ହୋଇଥିଲା ।