ପାଠରେ ଲାଗୁନଥିଲା ମନ । ଯୁକ୍ତ ଦୁଇରେ ଫେଲ ବି ହୋଇଥିଲେ,ହେଲେ ପ୍ରେମିକା ସହ ଚ୍ୟାଲେଂଜ କରିଦେଲା ଆଇପିଏସ୍ 

2,656
କନକ ବ୍ୟୁରୋ: ଆମେ କହୁଛୁ ଆଇପିଏସ୍ ମନୋଜ ଶର୍ମାଙ୍କ କଥା । ଦିନ ଥିଲା ପାଠପଢିବାକୁ ଜମା ମନ ଲାଗୁନଥିଲା, ନବମ ଦଶମ ଯେମିତି ସେମିତି କପି କରି ପାସ୍ କରିଗଲେ ସିନା ହେଲେ ଯୁକ୍ତ ଦୁଇ ଆଉ ଡେଇଁ ପାରିଲେ ନାହିଁ । ତା ସାଙ୍ଗକୁ ପରିବାରର ଆର୍ଥିକ ଅନଟନ ।ସେଥିପାଇଁ ବାଧ୍ୟ ହୋଇ ଅଟୋ ଚଳାଇ ପରିବାରକୁ ସାହାଯ୍ୟ କରିବାକୁ ଘରୁ ଗୋଡ କାଢିଲେ  ।ସହରରେ ଘର ଭଡା ଦେବାକୁ ପଇସା ନଥିବାରୁ କେବେକେବେ ରାସ୍ତା କଡରେ ଶୋଇଯାଉଥିଲେ ।
ଏତେ ଭିତରେ ବି ଭୁଲି ପାରିନଥିଲେ ମନର ମାନସୀକୁ । କଲେଜ ବେଳୁ ନିଜ ପ୍ରେମିକାଙ୍କୁ ମନର କଥା କହିବେ କହିବେ ବୋଲି କହୁପାରୁନଥିଲେ । ହେଲେ ଦିନେ ସାହସ କରି ପ୍ରେମୀକାଙ୍କୁ ପ୍ରେମ ନିବେଦନ କରିଥିଲେ ମନୋଜ । ଆଉ ଗୋଟିଏ ସର୍ତ୍ତ ରଖିବା ପରେ ପ୍ରେମ ନିବେଦନକୁ ସ୍ୱୀକାର କରିଥିଲେ ପ୍ରେମିକା । ଏହି ଚ୍ୟାଲେଂଜ ହିଁ ମନୋଜ ଶର୍ମାଙ୍କୁ କରିଥିଲା ଆଇପିଏସ୍ ଅଫିସର ।
ମଧ୍ୟପ୍ରଦେଶର ମୁରେନାର ବାସିନ୍ଦା ମନୋଜ ଶର୍ମା ପିଲାଦିନରୁ ଅଫିସର ମାନଙ୍କ ଗାଡି, ଦାମୀ ପୋଷାକ ଦେଖି ଆଇଏଏସ୍ ହେବାକୁ ଚାହୁଁଥିଲେ । ହେଲେ ଦୁର୍ଭାଗ୍ୟକୁ ନବମ ଓ ଦଶମ ଶ୍ରେଣୀରେ ଥାର୍ଡ ଡିଭିଜନରେ ପାସ୍ କରିଥିଲେ । ଦ୍ୱାଦଶରେ କେବଳ ହିନ୍ଦିକୁ ଛାଡିଦେଲେ ଆଉ ସବୁ ବିଷୟରେ ଫେଲ ହୋଇଥିଲେ । ହେଲେ ତାଙ୍କର ମନୋବଳ ଅତୁଟ ରହିଥିଲା । ଏସବୁ ନେଇ ମନୋଜ ପରବର୍ତ୍ତୀ ସମୟରେ ଏକ ବହି ଲେଖିଥିଲେ, ‘ଟୁଏଲଭ୍ ଫେଲ୍’, ଯାହା ବିଭିନ୍ନ ମହଲରେ ବେଶ ପ୍ରଶଂସା ସାଉଁଟିଛିି ।
ଏଥିରେ ସେ ଲେଖିଛନ୍ତି ଯେ, ଟ୍ୱିଏଲଭ ପରେ ସେ ଗ୍ୱାଲିଅରରେ ଅଟୋ ଚଳାଇଥିଲେ । ତାଙ୍କ ଘରର ଅବସ୍ଥା ସେତେବେଳେ ଏତେ ଖରାପ ଥିଲା ଯେ, ତାଙ୍କ ଘରର ଚାଳ ଦେଇ ଆକାଶ ଦେଖାଯାଉଥିଲା । ଏହି କାରଣରୁ ତାଙ୍କୁ ଅ;ନକ ସମୟରେ ରାସ୍ତା କଡରେ ଭିକାରୀ ମାନଙ୍କ ସହ ଶୋଇବାକୁ ପଡୁଥିଲା ।
ଦ୍ୱାଦଶ ଶ୍ରେଣୀରେ ପଢୁଥିବାବେଳେ ମନୋଜ ଜଣେ ଝିଅକୁ ଭଲ ପାଉଥିଲେ । କିନ୍ତୁ ସେ ତାଙ୍କ ସାମ୍ନ୍ାରେ ନିଜ ପ୍ରେମକୁ କେବେ ବି ପ୍ରକାଶ କରିପାରିନଥିଲେ । ସେ ଭୟ କରୁଥିଲେ ଯେ ଦ୍ୱାଦଶରେ ଫେଲ ହୋଇଥିବାରୁୁ ତାଙ୍କ ପ୍ରେମ କାଳେ ପ୍ରତ୍ୟାଖ୍ୟାନ ହୋଇଯିବ । ହେଲେ ଶେଷରେ ଝିଅଟି ସାମ୍ନାରେ ନିଜର ଭଲପାଇବାକୁ ବ୍ୟକ୍ତ କରିଥିଲେ । ଆଉ ଜଣେ ବଡ ମଣିଷ ହେବେ ବୋଲି ଚ୍ୟାଲେଂଜ ଦେଇଥିଲେ । ଆରମ୍ଭ କରିଦେଇଥିଲେ କଠିନ ପରିଶ୍ରମ ।
ତାଙ୍କ ପରିଶ୍ରମ ଶେଷରେ ସଫଳ ହେଲା । ୟୁପିଏସସି ପରୀକ୍ଷା ଦେଇ ସଫଳତା ପାଇଲେ । ୨୦୦୫ ବ୍ୟାଚରେ ମହାରାଷ୍ଟ୍ର କ୍ୟାଡରରୁ ଆଇପିଏସ୍ ହୋଇଥିଲେ । ମନୋଜ ଜୀବନରେ ଅନେକ ବିଫଳତା ଦେଖିବା ପରେ ମଧ୍ୟ ସାହସ ଜୁଟାଇ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।