ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ । ରିଲିଆନ୍ସ କମ୍ପାନୀର ଟ୍ରଲି ତଳେ ଥିଲା ଗଞ୍ଜେଇ ।

168

କନକ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ ଗଂଜେଇ ଚାଲାଣ । ତଳେ ଗଂଜେଇ ଉପରେ ନାମି ଦାମି କମ୍ପାନି ର ଲେବେଲ ଥିବା ଶପିଙ୍ଗ ଟ୍ରଲି ଓ ବାସସ୍କେଟ । ହାଇଦ୍ରାବଦ ର ରୁ ଟ୍ରକ ଟି ରିଲିଆନ୍ସ କମ୍ପାନୀ ର ଟ୍ରଲି ଓ ବାସ୍କେଟ ନେଇ ଉତର ପ୍ରଦେଶ ଯାଉ ଥିଲା । ତେବେ ବାଟରେ ଆନ୍ଦ୍ର ଦାରାକୋଣ୍ଡା ଅଂଚଳ ରୁ ୨୦ ଟି ପ୍ୟାକେଟ ରେ ୫ କ୍ୟୁଇଣ୍ଟାଲ ଗଂଜେଇ ଲୋଡ କରି ଉତର ପ୍ରଦେଶ କୁ ଚାଲାଣ କରିବା ଲାଗି ଲକ୍ଷ ରଖି ଥିଲେ ମାଫିଆ ।

ଚିତ୍ରକୋଣ୍ଡା ପୁଲିସ ର ଯାଁଚ ବେଳେ ଗଂଜେଇ ଚାଲାଣ ର ପୁଷ୍ପା ଷ୍ଟାଇଲ କୁ ଦେଖି ତାଜୁବ ହୋଇ ପଡି ଥିଲା ପୁଲିସ ଅଧିକାରୀ । ଟ୍ରଲି ଓ ବାସକେଟ ମଝିରେ ଅତି ଚତୁରତା ର ୫୦ ଲକ୍ଷ ଟଙ୍କା ର ଗଂଜେଇ ଚାଲାଣ କରା ଯାଉ ଥିଲା । ତେବେ ପୁଲିସ ଟ୍ରକ ସମେତ ଗଂଜେଇ ଜବତ କରିବା ସହ ଡ୍ରାଇଭର ଓ ହେଲ୍ପର କୁ ଗିରଫ କରି କୋର୍ଟ ଚାଲାଣ କରିଛି ।