ପୁଣି ଏକାଠି ହେଉଛନ୍ତି ମାଓବାଦୀ ! ମାଲକାନଗିରି ସୀମାନ୍ତ ରାଲେଗଡା ଜଙ୍ଗଲରେ ମାଓବାଦୀଙ୍କ ବିଶାଳ ପ୍ରଜାମେଳି

25

କନକ ବ୍ୟୁରୋ: ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ପ୍ରଜାମେଳି । ଆନ୍ଧ୍ର ଓଡିଶା ସୀମାରେ ତଥା ବିଚ୍ଛିନ୍ନାଂଚଳରେ ଥିବା ରାଲେଗଡା ଜଙ୍ଗଲରେ ଏକ ବିଶାଳ ପ୍ରଜାମେଳି କରିଛନ୍ତି ଲାଲବାହିନୀ । ବିଚ୍ଛିନ୍ନାଂଚଳରେ ହେଉଥିବା ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀ ସଂଗଠନର କୋରୁକୋଣ୍ଡା ଏରିଆ କମିଟି ଏହି ଜନ ସଙ୍ଗମର ଆୟୋଜନ କରିଥିବା ଜଣାପଡିଛି ।

ଏହି ପ୍ରଜାମେଳିରେ ମାଓନେତା ମାନେ ଉପସ୍ଥିତ ଲୋକଙ୍କୁ ପୋଲିସକୁ ସହାୟତା ନକରିବା, ପୋଲିସର କୌଣସି ପ୍ରଲୋଭନରେ ନପଡିବାକୁ ଚେତେଇ ଦେଇଛନ୍ତି । ଏହି ଚେତାବନୀକୁ ନ ମାନିଲେ ପରିଣାମ ଭୟାନକ ହେବେ ବୋଲି ମାଓନେତାମାନେ ଧମକ ଦେଇଥିବା କୁହାଯାଉଛି ।