ଲାଲଗଡରେ ଗରିଲା ଯୁଦ୍ଧର ପ୍ରସ୍ତୁତି ! ଆକ୍ରମଣ ପାଇଁ ମାଓବାଦୀଙ୍କ ବନ୍ଧୁକ ଚାଳନା ଅଭ୍ୟାସ, କନକ ନ୍ୟୁଜ ହାତରେ ଲାଗିଲା ନକ୍ସଲ ପ୍ରଶିକ୍ଷଣ ଶିବିରର ଏକ୍ସକ୍ଲୁସିଭ ଭିଡିଓ ।

65

କନକ ନ୍ୟୁଜ୍ : ଲାଲଗଡରେ ଚାଲିଛି ଗରିଲା ଯୁଦ୍ଧର ପ୍ରସ୍ତୁତି । କ୍ୟାମେରାରେ କଏଦ ହେଲା ଲାଲବାହିନୀଙ୍କ ଅସ୍ତ୍ରଶସ୍ତ୍ର ତାଲିମ ନେବାର ଦୃଶ୍ୟ । କନକ ନ୍ୟୁଜ ହାତରେ ଲାଗିଛି ମାଓବାଦୀଙ୍କ ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟର ଏକ୍ସକ୍ଲୁସିଭ ଭିଜୁଆଲ୍ସ । ୬/୭ ଜଣ ନକ୍ସଲଙ୍କୁ ଜଣେ ମାଓବାଦୀ କମାଣ୍ଡର ରାଇଫଲ ସୁଟିଂର କଳା କୌଶଳ ଶିଖାଉଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ମାଓବାଦୀ କିପରି ଯବାନଙ୍କୁ ଗରିଲା ଆକ୍ରମଣ କରିବେ ତାହା ଏବି ଭିଡିଓରେ ତାଲିମ ଦିଆଯାଉଥିବା ଦେଖିବାକୁ ମିଳିଛି ।

ସୁକୁମା ନାଲକାଟୁଙ୍ଗ ଏନକାଉଂଟରରେ ୧୫ ଜଣ ମାଓବାଦୀ ନିହତ ହେବା ପରେ ଲାଲବାହିନୀ ତରଫରୁ ଏହି ଭିଡିଓ ଜାରି କରାଯାଇଛି । ଅତ୍ୟାଧୁନିକ ଶସ୍ତ୍ରରେ ସଜ୍ଜିତ ମାଓବାଦୀଙ୍କ ପ୍ରଶିକ୍ଷଣ ଭିଡିଓ ଜାରି କରି ଲାଲବାହିନୀ ନିଜ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଥିବା ବି ଅନୁମାନ କରାଯାଉଛି । ଏହା ସୂଚାଉଛି ମାଓବାଦୀମାନେ ପୁଣି ନିଜକୁ ସଂଗଠିତ କରୁଛନ୍ତି । କ୍ୟାଡର ମାଓବାଦୀଙ୍କୁ ଶସ୍ତ୍ର ଚାଳନାରେ ନିପୁଣ କରି ଏକ ବଡ ଧରଣର ହମଲା ପାଇଁ ସେମାନେ ନିଜକୁ ପ୍ରସ୍ତୁତି କରୁଛନ୍ତି । ତେବେ ଏହି ଭିଡିଓ କେଉଁ ସ୍ଥାନର, କେଉଁ ତାରିଖରେ ଭିଡିଓ ସୁଟ୍ ହୋଇଛି, ତାହା ସ୍ପଷ୍ଟ ଜଣା ପଡିନାହିଁ ।