ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ : ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ କୋକସରା ବିମଳ ଲଡୁଗାଁ ରାସ୍ତା ଅବରୋଧ

292

କନକ ବ୍ୟୁରୋ : ଧାନବସ୍ତା ରଖି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜୟପାଟଣା ବ୍ଲକ ବିମଳା ଧାନମଣ୍ଡିରେ । ମିଲର ଓ ଯୋଗାଣ ବିଭାଗର ଟାଳଟୁଳ ନୀତି ଯୋଗୁଁ ଏଠାରେ ଏକସପ୍ତାହ ହେଲା ଧାନ ଉଠିପାରୁନାହିଁ । ଫଳରେ ବାଧ୍ୟ ହୋଇ ଧାନ ଉଠାଇବା ଦାବିରେ ଚାଷୀମାନେ ବିମଳା ଲଡୁଗାଁ ରାସ୍ତା ଅବରୋଧ କରିଛନ୍ତି ।

ବିମଳା ମଣ୍ଡିରେ ୩୩ ହଜାର କ୍ୱିଂଟାଲ ଧାନ ଉଠାଇବାକୁ ଟାର୍ଗେଟ ଥିବାବେଳେ ବର୍ତମାନ ସୁଦ୍ଧା ୧୭ ହଜାର ୨୪୫ କ୍ୱିଂଟାଲ ଧାନ ଉଠାଯାଇପାରିଛି । ବର୍ତମାନ ୩ହଜାର ୫ ଶହ କ୍ୱିଂଟାଲ ଧାନ ମଣ୍ଡିରେ ପଡିରହିଛି । ବର୍ତମାନ ସୁଦ୍ଧା ଏହି ସ୍ଥାନକୁ ମିଲର ଆସିନାହାନ୍ତି କି ପେକ୍ସ କର୍ମଚାରୀ ବି ଧାନ ଉଠାଇବା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଉନାହାନ୍ତି । ଫଳରେ ଚାଷୀମାନେ ଏକଜୁଟ ହୋଇ ରାସ୍ତା ଅବରୋଧ କରିଛନ୍ତି ।