ମୃତ୍ୟୁକୁ ମାତ ଦେଲେ, ବିଶ୍ୱ ରେକର୍ଡ କଲେ । ଲୋକଙ୍କ ପାଇଁ ସୁପର ହୀରୋ ପାଲଟିଲେ ଶୋହାବ

268

କନକ ବ୍ୟୁରୋ : ବିଶ୍ୱ ରେକର୍ଡ ପାଇଁ ମଣିଷ କଣ ବା କରିନପାରେ… ନିଜର ଟ୍ୟାଲେଣ୍ଟ୍ ବଳରେ ବିଶ୍ୱ ରେକର୍ଡ କରିବାରେ ଅନେକ ଲୋକ ସଫଳ ହେଉଥିବା ନଜିର ଆମେ ଦେଖିଆସୁଛେ । ଆଉ କେତେକ ସ୍ଥାନରେ ଦେଖିବାକୁ ମିଳିଥାଏ କି, ପ୍ରାକୃତୀକ କାରଣ ପାଇଁ ମଧ୍ୟ ବିଶ୍ୱ ରେକର୍ଡ ବନିଯାଇଥାଏ । ଅର୍ଥାତ୍ କିଏ ସବୁଠୁ ଅଧିକ ଡେଙ୍ଗା ଏବଂ ଆଉ କିଏ ଦୁନିଆର ସବୁଠୁ ଛୋଟ ଲୋକ ହିସାବରେ ମଧ୍ୟ ବିଶ୍ୱ ରେକର୍ଡ ବନାଇପାରିଥାନ୍ତି । କିନ୍ତୁ ଏପରି ଜଣେ ବ୍ୟକ୍ତି ବିଶ୍ୱ ରେକର୍ଡ ତାଲିକାରେ ସାମିଲ ହୋଇଛନ୍ତି ତାଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଶୋହାବ ଆଲମ ନାମକ ଜଣେ ବ୍ୟକ୍ତି ବିଶ୍ୱ ରେକର୍ଡ ସୃଷ୍ଟି କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । ହାତରେ ହାତ କଡି ପିନ୍ଧି ୧୧ କିମି ପହଁରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ନା ଥିଲା ବୁଡିଯିବାର ଭୟ, ନା ଥିଲା ମୃତ୍ୟୁର ଡର । ହାତରେ ହାତକଡି ପିନ୍ଧି ସବୁଠୁ ଅଧିକ କିମି ପହଁରି ସମସ୍ତଙ୍କୁ ଚକ୍କିତ କରିଦେଇଛନ୍ତି ଶୋହାବ ଆଲମ

ରିପୋର୍ଟ ଅନୁସାରେ, ଶୋହାବ ଆଲମ ଇଜିପ୍ଟର ବାସିନ୍ଦା । ତାଙ୍କର ବୟସ ୩୧ ବର୍ଷ । ଶୋହାବ ଆଲମ ବିଶ୍ୱ ରେକର୍ଡ କରିବା ପରେ ଲୋକେ ତାଙ୍କୁ ସୁପର ହୀରୋ ବୋଲି କହୁଛନ୍ତି । ତେବେ ଏନେଇ ଶୋହାବ କୁହନ୍ତି, ସାଧାରଣ ଲୋକଙ୍କ ପରି ବିନା ହାତ ବାନ୍ଧି ପହଁରିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ହାତରେ ହାତକଡି ପିନ୍ଧି ପହଁରିବା ଅତ୍ୟନ୍ତ କଷ୍ଟଦାୟକ ବ୍ୟାପାର ।