ଲୋନ ଦେବା ନାଁରେ ଠକେଇ ଅଭିଯୋଗ : ଇଓଡବ୍ଲ୍ୟୁ ଜାଲରେ ଏସବିଆଇର ଡେପୁଟି ମ୍ୟାନେଜର

588

କନକ ବ୍ୟୁରୋ : ଇଓଡବ୍ଲ୍ୟୁ ଜାଲରେ ଏସବିଆଇର ଡେପୁଟି ମ୍ୟାନେଜର । ଫୁଲବାଣୀ ବ୍ରାଞ୍ଚର ଡେପୁଟି ମ୍ୟାନଜର ଆଶୁତୋଷ ଆଚାର୍ଯ୍ୟ ଗିରଫ ହୋଇଛନ୍ତି । ଏକ୍ସପ୍ରେସ କ୍ରେଡିଟ୍ ଲୋନ୍ ଦେବା ନାଁ ରେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଠକେଇ ହୋଇଥିବା ନେଇ ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ ହୋଇଥିଲା ।

ଏନେଇ ଅଭିଯୋଗ କରିଥିଲେ ନିଜେ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର । ଫର୍ଜି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଲୋନ୍ ଦେଇଥିବା ଅଭିଯୋଗ ରହିଛି । ତେବେ ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ଭୁଲ ଲୋକଙ୍କୁ ଦିଆଯାଇଥିଲା ଲୋନ୍ । ଆଉ ଏହାର ବ୍ଲୁପ୍ରିଣ୍ଟ ୨୦୨୧ ମସିହା ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ପ୍ରସ୍ତୁତି ହୋଇଥିଲା ବୋଲି ସୂଚନା ମିଳିଛି ।