ପ୍ଲେନ୍ ଭିତରେ ପ୍ରେମ ପାଗଳ : ଏୟାର ହୋଷ୍ଟେସଙ୍କୁ କିସ୍ କରି ହେଲେ ଗିରଫ

69

ଦୁବାଇକୁ ଯାଉଥିଲା ବିମାନ। ଏଥିରେ ଯାଉଥିବା ତାଂଜାନିଆର ବିମାନ ଯାତ୍ରୀ ହଠାତ୍ ଚାହିଁଲେ ଏୟାର ହୋଷ୍ଟେସଙ୍କ ସହ ସେଲ୍ଫି ନେବାକୁ। ଆମେରିକାନ୍ ଏୟାର ହୋଷ୍ଟେସ୍ ବି ରାଜି ହୋଇଥିଲେ ସେଲ୍ଫି ପାଇଁ । କିନ୍ତୁ ଧିରେ ଧିରେ ଏହି ଯାତ୍ରୀ ଜଣକ ଟପିଯାଇଥିଲେ ସୀମା । ଏୟାର ହୋଷ୍ଟେସଙ୍କ କାନ୍ଧରେ ହାତ ଦେଇ କରିଥିଲେ ଆଲିଙ୍ଗନ। ଏହା ସାଙ୍ଗକୁ କିସ୍ ବି ଦେବାକୁ ପଛାଇନଥିଲେ ଏହି ଯାତ୍ରୀ ଜଣକ। ଶେଷରେ ବିମାନବନ୍ଦରରେ ବିମାନ ପହଂଚିଲାପରେ ଏହି ଯୁବକଙ୍କୁ ଗିରଫ କରାଯାଇଥିଲା ।