ଜାପାନୀ ଜ୍ୱର ନେଲା ପୁଣି ୪ ଶିଶୁଙ୍କ ଜୀବନ : ୬୯ ଦିନରେ ମୃତ୍ୟୁ ସଂଖ୍ୟା ୧୧୫

32

ମାଲକାନଗିରି : ଜାପାନୀ ଏନସେଫାଲାଇଟିସରେ ପୁଣି ବଢିଲା ଶିଶୁ ମୃତ୍ୟୁ ସଂଖ୍ୟା । ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୪ଜଣ ଶିଶୁ ପ୍ରାଣ ହରାଇଛନ୍ତି । କୋରୁକୁଣ୍ଡା ବ୍ଲକ ପୋଟ୍ରେଲ ଗାଁର ୪ବର୍ଷୀୟ ଶିଶୁ ଶିବାନୀ ପଡିଆମୀ, ସୀମାଗୁଡା ଗାଁର ୩ବର୍ଷୀୟ ସହଦେବ ପଡିଆମୀ, ବାଲିମେଳାର ୭ବର୍ଷୀୟ କସ୍ତୁରୀ ହନ୍ତାଳ ଓ କାଲିମେଳା ବ୍ଲକ କତାଗୁଡା ଗାଁର ୩ବର୍ଷର ଶିଶୁ ସିଦ୍ଧାନ୍ତ ବେଟିଙ୍କ ମୃତ୍ୟୁ ହୋଇଛି ।

ଏହାସହ ୬୯ଦିନରେ ଶିଶୁ ମୃତ୍ୟୁ ସଂଖ୍ୟା ୧୧୫ରେ ପହଂଚିଛି । ୨ମାସରୁ ଅଧିକ ସମୟ ଧରି ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱର ବ୍ୟାପି ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ କାବୁ କରାଯାଇ ପାରିନାହିଁ ।