ଆଉ ଜଣେ ଶିଶୁର ଜୀବନ ନେଲା ଜାପାନୀ ଜ୍ୱର : ୧୧୬ରେ ପହଂଚିଲା ମୃତ୍ୟୁ ସଂଖ୍ୟା

30

ମାଲକାନଗିରି : ଜାପାନୀ ଜ୍ୱର କବଳରୁ ଏବେ ବି ମୁକୁଳିନି ମାଲକାନଗିରି । ଆଜି ଏହି ଘାତକ ଜ୍ୱରରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛି ପଡିଆ ବ୍ଲକ ବାତନାବେଡା ଗାଁର ୪ ବର୍ଷର ଶିଶୁପୁତ୍ର ଡାନିଏଲ ପଡିଆମୀ । ଏବେ ସୁଦ୍ଧା ଜାପାନୀ ଏନସେଫାଲାଇଟିସରେ ୧୧୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ।