ଜାପାନି ଏନସେଫାଲାଇଟିସ୍ ବ୍ୟାପିବା ଘଟଣା : ମାଲକାନଗିରିରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା

97

ମାଲକାନଗିରି : ମାଲକାନଗିରିରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ପ୍ରଭାବିତ ଅଂଚଳ ବୁଲୁଛନ୍ତି ଆରତୀ ଆହୁଜା । ବଦଲି ଗାଁରେ ସ୍ୱାସ୍ଥ୍ୟ ସଚିବଙ୍କ ସ୍ଥିତି ସମୀକ୍ଷା । ଗତକାଲି ମଧ୍ୟ ସେ ବିଭିନ୍ନ ପ୍ରଭାବିତ ଅଂଚଳର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଡିସେମ୍ବରରୁ ୪ଟି ଜିଲ୍ଲାରେ ଟୀକାଦାନ ହେବ କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁମୋଦନ ମିଳିସାରିଛି । ମାଲକାନଗିରି ସମେତ ମୟୂରଭଂଜ, କେନ୍ଦୁଝର ଓ ଯାଜପୁରରେ ବି ଟୀକାଦାନ କରାଯିବ । ଜାପାନୀ ଏନସେଫାଲାଇଟିସ୍ ନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ବର୍ତମାନ ୭୯ଟି ଗାଁକୁ ଏହି ରୋଗ ବ୍ୟାପିଛି । ବୁଧବାର ମାଲକାନଗିରିରେ ପହଂଚି ପ୍ରଥମେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସ୍ୱାସ୍ଥ୍ୟ ସଚିବ ।

ଏଥିସହ ପ୍ରଭାବିତ ଅଂଚଳକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି । ଏପରିକି ଯେଉଁ ଗାଁ ଗୁଡିକରେ ରୋଗ ବ୍ୟାପି ନାହିଁ ସେଠାରେ ପରିମଳ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଆଉଏକ ଘଟଣାକ୍ରମରେ କାର୍ଯ୍ୟରେ ଅବହେଳା ଯୋଗୁଁ ୨୨ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ପ୍ରତ୍ୟେକ ଗାଁରେ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ୧୦୮ ପଂଚାୟତରେ ୬୪ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ଏମାନେ ଜିଲ୍ଲାପାଳଙ୍କୁ ନିୟମିତ ରିପୋର୍ଟ ଦେବେ । ହେଲେ ଜିଲ୍ଲା ପ୍ରଶାସନ ପ୍ରକୃତ ତଥ୍ୟ ଜାଣି ପାରୁନଥିବାରୁ ଏହି ନୋଟିସ କରାଯାଇଛି । ଏପଟେ ଜିଲ୍ଲାରେ ୩୪ ଦିନରେ ମୃତ୍ୟୁ ସଂଖ୍ୟା ୪୯ ଛୁଇଁଛି । ବୁଧବାର ଗୋଟିଏ ଦିନରେ ଜାପାନୀ ଏନସେଫାଲାଇଟିସରେ ୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –