ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ : ପ୍ରତିବାଦରେ ଝାରସୁଗୁଡ଼ାରେ ବିଜେଡ଼ି ମହିଳା ମୋର୍ଚାର କଳସ ଯାତ୍ରା

27

ଝାରସୁଗୁଡା : ମହାନଦୀ ଉପର ମୁଣ୍ଡରେ ଛତିଶଗଡର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଝାରସୁଗୁଡାରେ ମହିଳା ବିଜେଡିର କଳସ ଯାତ୍ରା । ଶତାଧିକ ମହିଳା କଳସରେ ପାଣି ନେଇ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ସେହିପରି ଆସନ୍ତାକାଲି ସମ୍ବଲପୁର, ୨୩ରେ ବଲାଙ୍ଗିରଓ ୨୫  ତାରିଖରେ ସୁବର୍ଣ୍ଣପୁରରେ ଏହି ଯାତ୍ରା କରିବ ମହିଳା ବିଜେଡି। ଗତକାଲି ବରଗଡରେ କଳସ ଶୋଭାଯାତ୍ରା ଜରିଆରେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ଓ ବ୍ୟାରେଜ ନିର୍ମାଣକୁ ବିରୋଧ କରାଯାଇଥିଲା। ଓଡିଶା ସରକାରଙ୍କ ବିନା ଅନୁମତିରେ ଛତିଶଗଡ ସରକାର ବହୁ ପ୍ରକଳ୍ପ କରୁଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଉଛି। ଏହି ପ୍ରକଳ୍ପ ସବୁ କାର୍ଯ୍ୟକ୍ଷମ ହେଲେ ହୀରାକୁଦ ଜଳଭଣ୍ଡାରର ଜଳ ପ୍ରବାହ କମିବ ଏବଂ ଓଡିଶା ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ।