ଭାଇଙ୍କୁ ହେଲମେଟ ଉପହାର ଦେବା ପାଇଁ ଭଉଣୀମାନଙ୍କୁ ଆହ୍ୱାନ ! ବାଲୁକା କଳା ଜରିଆରେ ସୁଦର୍ଶନ ପଟ୍ଟନାୟକଙ୍କ ସୁରକ୍ଷାର ବାର୍ତ୍ତା

72

କନକ ବ୍ୟୁରୋ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇର ଦୀର୍ଘ ଜୀବନ କାମନା କରି ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି । ଏହି ପବିତ୍ର ଦିନଟିକୁ ଅଧିକ ଖାସ୍ କରିବା ପାଇଁ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ଜରିଆରେ ଦେଇଛନ୍ତି ସୁରକ୍ଷାର ବାର୍ତ୍ତା । ବେଳାଭୂମିରେ ତିଆରି କରିଥିବା ବାଲୁକା କଳାରେ ସେ ଏକ ରାକ୍ଷୀ ସହ ଭାଇଙ୍କ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଭାଇକୁ ଏକ ହେଲମେଟ୍ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ଭଉଣୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ଶିଳ୍ପୀ ସୁଦର୍ଶନ ।

ସଚେତନତାର ଅଭାବ ଯୋଗୁଁ ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ଏହି କଥାକୁ ଦୃଷ୍ଟିରେ ରଖି ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ତିଆରି କରଛନ୍ତି । ଦୁର୍ଘଟଣାରେ ଭାଇଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିି ତଥା ଲୋକଙ୍କୁ ସଚେତନ କରାଇବା ପାଇଁ ସେ ତାଙ୍କର କଳାକୃତ୍ତି ଜରିଆରେ ଏହି ଆହ୍ୱାନ ଦେଇଛନ୍ତି ।