ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ! ଦେଖନ୍ତୁ କିଛି ଅପୂର୍ବ ମୁହୂର୍ତ

30

କନକ ବ୍ୟୁରୋ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା । ବଡଦାଣ୍ଡରେ ମହାପ୍ରଭୁ । ଶରଧାବାଲି ଅଭିମୁଖେ ଗଡି ଚାଲିଛି କାଳିଆ ଠାକୁରଙ୍କ ରଥ । ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡଭାଇ ବଳଭଦ୍ର । ଘଂଟ, ମୃଦଙ୍ଗ ଓ ହୁଳହୁଳିରେ ଫାଟି ପଡୁଛି ପରିବେଶ । ସବୁ ଭକ୍ତିମୟ । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଘୋଷଯାତ୍ରା ଦେଖିବାକୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଦେଖନ୍ତୁ କିଛି ଅପୂର୍ବ ମୁହୂର୍ତ ଏହି ଭିଡିଓରେ :