ଲାଓସର ନିର୍ମାଣଧୀନ ହାଇଡ୍ରୋପାୱାର ଡ୍ୟାମ ଭୁଶୁଡି ଶତାଧିକ ଶ୍ରମିକଙ୍କ ମୁତ୍ୟୁ : ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି !

25

କନକ ବ୍ୟୁରୋ : ସରକାରଙ୍କ ନୀତି ନିୟମକୁ ମାନୁନାହାନ୍ତି ଠାକଦାର । ଏହା କେବଳ ଭାରତ ନୁହେଁ କି ଓଡିଶାରେ ନୁହେଁ ସାରା ବିଶ୍ୱରେ ଏପରି ସମସ୍ୟା ବର୍ତ୍ତମାନ ସମୟରେ ମୁଣ୍ଡବଥାର କାରଣ ହୋଇଛି । ପ୍ରତ୍ୟେକ ସମୟରେ ଏପରି ଦାୟିତ୍ୱହୀନତା ଲାଗି ଅନେକ ସାଧାରଣ ଲୋକଙ୍କ ଜୀବନ ଯାଉଛି । କେବଳ ସୋକମାନଙ୍କ ମୃତ୍ୟୁପରେ ନିକଟ ସମ୍ପର୍କୀୟଙ୍କୁ କିଛି ଅନୁକମ୍ପା ମୂଳକ ସହାୟତା ରାଶି ଦେଇ ଦେଲେ ପରିୁସ୍ଥିତ୍ର ସମାଧାନ ହୋଇଯିବ ବୋଲି ଭାବି ଏପରି କାମ କରାଯାଉଥିବାରୁ ଅନେକ ସମୟରେ ଲୋକମାନଙ୍କ ଜୀବନ ଦୀପ ଲିଭିଯାଉଛି । ଏପରି ଆଉ ଏକ ଘଟଣା ଘଟିଛି ବ୍ୟାଙ୍କକଠାରେ । ଲାଓସ୍ରେ ଏକ ନିର୍ମାଣାଧୀନ ହାଇଡ୍ରୋପାଓ୍ଵାର ଡ୍ୟାମ୍ ଭୁଶୁଡ଼ି ପଡ଼ିଛି। ଶତାଧିକ ଲୋକଙ୍କ ପତ୍ତା ମିଳୁନଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ଡ୍ୟାମ୍ ଭୁଶୁଡ଼ି ପଡ଼ିବାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନେକ ଘରଦ୍ୱାର ଭାସି ଯାଇଛି। ଆଟେପେଉ ପ୍ରଦେଶ ସାନ୍ ସାଇ ଜିଲ୍ଲାରେ ନିର୍ମାଣାଧୀନ ହାଇଡ୍ରୋପାଓ୍ଵାର ଡ୍ୟାମ୍ ଅଚାନକ ଭୁଶୁଡ଼ି ପଡ଼ିଥିଲା। ତେବେ ସରକାର ଏହାକୁ ଲୋକମାନଙ୍କ ସୁବିଧା ଲାଗି ନିର୍ମାଣ କରିଥିବା ବେଳେ ବର୍ତ୍ତମାନ ସମୟରେ ଏହା ସେଠାକାର ସ୍ଥାନୀୟ ଲୋକମାନଙ୍କ ପାଇଁ କାଳ ହୋଇଛି । ଡ୍ୟାମଟି ନିର୍ମାଣ ଧୀନ ଥିବାରୁ ଶତାଧିକ ଶ୍ରମିକ କାମ କରୁଥିଲେ । ତେବେ ଡ୍ୟାମଟି ହଠାତ ଭାଙ୍ଗିଯିବାରୁ ଏପରି ଅବସ୍ଥା ହୋଇଥିବା ସୂଚନା ମିଳିଛି । ବର୍ଷା ଦିନ ହୋଇଥିବାରୁ ଡ୍ୟାମରେ ମଧ୍ୟ ପ୍ରବଳ ପାଣି ଥିଲା । ତେବେ ଏହାର ସ୍ରୋତରେ ଅନେକ ଲୋକ ଭାସି ଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ସମସ୍ତ ଶ୍ରମିକଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ସମସ୍ତ ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଛି ବୋଲି ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।