ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା!

6,912

କନକ ବ୍ୟୁରୋ: ଆଗକୁ ପ୍ରବଳ ବର୍ଷାର ସମ୍ଭାବନା । ଆଗାମୀ ୪୮ ଘଂଟା ମଧ୍ୟରେ ଉତର- ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗାମୀ ୪୮ ଘଂଟା ମଧ୍ୟରେ ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୨୪ ଘଂଟାରେ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ସେପଟେ ପଶ୍ଚିମ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତର ଛତିଶଗଡ଼ ଓ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦୁର୍ବଳ ହେବା ପରେ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି । ଏହାର ପ୍ରଭାବରେ କେତେକ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗତ କିଛି ଦିନ ଧରି ଭଲ ବର୍ଷା ଯୋଗୁଁ ରାଜ୍ୟରେ ନିଆଂଟିଆ ବର୍ଷା ପରିମାଣର ଭରଣା ହୋଇଛି । ସେପଟେ ଗତ ୨୪ ଘଂଟା ଭିତରେ ସୋନପୁରରେ ସର୍ବାଧିକ ୧୬୫ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ୧୫୫ ମିମି, ସମ୍ବଲପୁରରେ ୧୩୬ ମିମି, ବରଗଡ଼ରେ ୧୨୪.୪ ମିମି, ସମ୍ବଲପୁରରେ ୧୨୭.୮ ମିମି, ଅନୁଗୁଳରେ ୧୦୯ ବର୍ଷା ରେକର୍ଡ ହୋଇଛି ।

ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଠାରୁ କମ । ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ, ଆସନ୍ତା ୨୦ ତାରିଖରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।