ହଜଗିଲା ଶ୍ରୀମନ୍ଦିର ପ୍ରଶାସନ ଫାଇଲ: ଦୁଇଟି ଫାଇଲ ପାଉନାହିଁ ରାଜ୍ୟ ଆଇନ ବିଭାଗ

155

କନକ ବ୍ୟୁରୋ: ଜଗନ୍ନାଥ ମନ୍ଦିର ପ୍ରଶାସନ, ଜେଟିଏର ଫାଇଲ ହଜାଇଦେଇଛି ଆଇନ ବିଭାଗ । ଜେଟିଏର ଦୁଇଟି ଫାଇଲ ପାଉନାହିଁ ରାଜ୍ୟ ଆଇନ ବିଭାଗ । ଆଉ ହଜିଯାଇଥିବା ଫାଇଲକୁ ତୁରନ୍ତ ଖୋଜିବାକୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ହଜି ଯାଇଥିବା ଫାଇଲକୁ ଖୋଜି ବାହାର କରିବାକୁ ବିଭାଗର ସମସ୍ତ ସେକ୍ସନକୁ କୁହାଯାଇଛି । ଅଗ୍ରାଧିକାର ଭିତିରେ ଫାଇଲକୁ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଓଡିଶା ହାଇକୋର୍ଟରେ ଶ୍ରୀମନ୍ଦିର ମାମଲାରେ ଶୁଣାଣୀ ହେବାକୁ ଅଛି । ତା ପୂର୍ବରୁ ଏଭଳି ଫାଇଲ ହଜିବା ନୂଆ ସମସ୍ୟା ସୃଷ୍ଟି କରିଛି । ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଆଇନ ବିଭାଗ ଅବହେଳା ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି ।