ଭୁବନେଶ୍ୱରରେ ଆଜିଠୁ ଟାଟା ଷ୍ଟିଲ ସାହିତ୍ୟ ସମାବେଶ । ୩ ଦିନିଆ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

60

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ୩ ଦିନିଆ ଟାଟା ଷ୍ଟିଲ ସାହିତ୍ୟ ସମାବେଶ । ସମ୍ବାଦ ସହଯୋଗରେ ଆୟୋଜିତ ଏହି ସମାବେଶରେ ବହୁ ଖ୍ୟାତି ସମ୍ପନ୍ନ ଲେଖକ ଲେଖିକା ଯୋଗଦେବେ । ଏହି ସମାବେଶ ୧୩ ତାରିଖ ସନ୍ଧ୍ୟାରେ ଶେଷ ହେବ । ସମାବେଶକୁ ଉଦଘାଟନ କରିବେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର । ଏହି ସମାବେଶରେ ଅଭିନେତ୍ରୀ ୱାହିଦା ରେହେମାନ ବି ଯୋଗଦେବେ । ଏହି ୩ ଦିନିଆ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାର ବିଷୟବସ୍ତୁ ରହିଛି ।

ସମାବେଶରେ ଚର୍ଚ୍ଚିତ ଯୁବ ଲେଖକ ରବିନ୍ଦର ସିଂହ, ଅଭିନେତା ଅଭିଜିତ ଗାଙ୍ଗୁଲି ଓ ଲୋକପ୍ରିୟ କଣ୍ଠଶିଳ୍ପୀ ରେଖା ଭରଦ୍ୱାଜ ଯୋଗଦେବେ । ଟାଟାଷ୍ଟିଲ ସାହିତ୍ୟ ସମାବଶରେ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେବେ । ସମାବେଶରେ ଯୋଗଦେବାପାଇଁ କୌଣସି ପ୍ରବେଶିକା ଦେୟ କିମ୍ବା ନିମନ୍ତ୍ରଣ କିମ୍ବା ପାସ ଦେବାକୁ ପଡିବ ନାହିଁ ।