ପୂଜାରେ ବ୍ୟବହାର ବ୍ୟତୀତ କର୍ପୂରର ରହିଛି ଏସବୁ ଫାଇଦା ! ଆପଣ ଜାଣନ୍ତି କି?

37

ସାଧାରଣତଃ କର୍ପୂର ଦୁଇ ପ୍ରକାରର। ଗୋଟିଏ ହେଲା ପ୍ରାକୃତିକ କର୍ପୂର, ଯାହା ଗଛରୁ ମିଳେ। ଏହି କର୍ପୁରକୁ ଆମେ ଖାଇପାଇପାରିବା ଏବଂ ଅନ୍ୟଟି ହେଲା ରସାୟନିକ ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ କରାଯାଉଥିବା। ବଜାରରେ କୃତ୍ରିମ କର୍ପୂର ମିଳିଥାଏ। ହିନ୍ଦୁ ଧର୍ମରେ ପୂଜା ସମୟରେ କର୍ପୂର ବ୍ୟବହାର କରାଯାଏ। ଆର୍ୟୁବେଦ ଉପଚାର ଏବଂ ଘରେ ମଧ୍ୟ ଏହାର ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ।

ଆରୋମାଥେରାପିରେ କର୍ପୂରକୁ ମସ୍ତିଷ୍କ ଜନିତ ସମସ୍ୟା ଦୂର କରିବାରେ ବ୍ୟବହାର କରାଯାଏ। ତ୍ୱଚା ସମସ୍ୟା ପାଇଁ ମଧ୍ୟ କର୍ପୁର ବ୍ୟବହାର କରାଯାଏ। ଏହା ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରିତ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ। ମୁହଁର ଦୁର୍ଗନ୍ଧ , ଦାନ୍ତ ଯନ୍ତ୍ରଣା ଆଦି କର୍ପୁର ଭଲ କରିଥାଏ। ତେଲରେ କର୍ପୂର ମିଶାଇ ମୁଣ୍ଡରେ ମାଲିସ କରିବା ଦ୍ୱାରା ଆରାମ ଲାଗିଥାଏ ।

ପ୍ରାକୃତିକ କର୍ପୂର ଖାଇବା ଉପଯୋଗୀ। ଏହାକୁ ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ। ପାଚନଶକ୍ତି ବୃଦ୍ଧି ହୋଇଥାଏ। ନଡ଼ିଆ ତେଲରେ ଅଳ୍ପ କିଛି କର୍ପୂର ମିଶାଇ ଲଗାଇବା ଦ୍ୱାରା ରୂପି ଆଦି ଦୂର ହୋଇଥାଏ। ତ୍ୱଚାରେ ଥିବା ଦାଗ ମଧ୍ୟ ଦୂର କରିଥାଏ। ପେଟରେ ଯନ୍ତ୍ରଣା ବା ଗ୍ୟାସ ପାଇଁ ଜ୍ୱଳା ହେଉଥିଲେ କର୍ପୂର, ଜୁଆଣି ଏବଂ ପୋଦିନାର ସରବତ୍‌ କରି ପିଇବା ଦ୍ୱାରା ଆରାମ ମିଳିଥାଏ। ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳା ଡାକ୍ତରଙ୍କ ପରାମର୍ଶ ନେଇ କର୍ପୂର ବ୍ୟବହାର କରିବା ଉଚିତ।

-ଖାଲି ସେତିକି ନୁହେଁ କର୍ପୂର ମଧ୍ୟ ଡ଼େଙ୍ଗୁ ମଶାରୁ ରକ୍ଷା କରିଥାଏ । କୋଠରୀରେ କର୍ପୂର ଜଳାଇ ସବୁ କବାଟ ଓ ଝରକା ବନ୍ଦ କରିଦେଲେ,ସେଥିରେ ଥିବା ସବୁ ମଶା ମରିଯାଆନ୍ତି ଓ ମ୍ୟାଲେରିଆ ଓ ଡ଼େଙ୍ଗୁ ଆଦି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।

-କର୍ପୂର ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

-ଆଜିକାଲି ଅନେକ ଲୋକ କହନ୍ତି ଯେ ,ସେମାନଙ୍କୁ ରାତିରେ ଭଲ ନିଦ ଆସୁନାହିଁ।ସେମାନଙ୍କ ପାଇଁ ଏକ ଭଲ ଔଷଧ ହେଲା କର୍ପୂର ତୈଳର କିଛି ବୁନ୍ଦା ନାକରେ ଲଗାଇବା।ଏହାଦ୍ୱାରା ଖୁବ୍ ଭଲ ନିଦ ଆସେ ।

-ଶୀତଦିନେ ଅନେକ ଲୋକଙ୍କର ନାକ ବନ୍ଦ ହୋଇଯାଏ ଓ ନିଶ୍ୱାଃସ ନେବାରେ ସମସ୍ୟା ଉପୁଜିଥାଏ । କର୍ପୂର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ଆପଣଙ୍କୁ ଏକ ବଡ଼ ପାତ୍ରରେ ଜଳ ଗରମ କରିବାକୁ ପଡ଼ିବ ଓ ସେଥିରେ କର୍ପୂରର ଖଣ୍ଡ ମିଶାଇବାକୁ ପଡ଼ିବ।ଏକ ତଉଲିଆ ଢ଼ାଙ୍କି ଦେଇ ବାମ୍ଫକୁ ନିଅନ୍ତୁ। ଯେପରି ଷ୍ଟିମ୍ ବାହାରକୁ ଯାଇନପାରେ।ସେହି ବାମ୍ଫକୁ ନାକ ଭିତରକୁ ନିଅନ୍ତୁ ।

-କେଶ ବୃଦ୍ଧି ଲାଗି ମଧ୍ୟ କର୍ପୂର ତୈଳ ଉପଯୁକ୍ତ।ତେଲରେ ଅଳ୍ପ କର୍ପୂର ମିଶାଇ କେଶରେ ଲଗାଇଲେ,ତାହା କେଶ ବୃଦ୍ଧିରେ ସହାୟକ ହୋଇଥାଏ ।

-ଯେଉଁମାନଙ୍କର ଦେହ କୁଣ୍ଡେଇ ହୋଇଥାଏ,ସେମାନେ ଏଥିରୁ ରକ୍ଷା ପାଇବା ଲାଗି ପାଣିରେ କର୍ପୂର ତେଲ ମିଶାଇ କୁଣ୍ଡେଇ ହେଉଥିବା ଜାଗାରେ ଲଗାଇଲେ,ସେଥିରୁ ମୁକ୍ତି ମିଳିଥାଏ ।