ଆଗକୁ ଅସ୍ଥିତ୍ୱ ହରାଇବ କି ସୁନା ନଦୀ ? ପାଣି ଶୋଷିବା ପରେ ନଈକୁ ତାଡି ସ୍ଲରି ପାଇପ୍ ବିଛାଇବାକୁ ଯୋଜନା କରୁଛି କମ୍ପାନୀ

132

କନକ ବ୍ୟୁରୋ : କେନ୍ଦୁଝର ଯୋଡା ଅଞ୍ଚଳରେ କମ୍ପାନୀର ମନମାନି ଯୋଗୁଁ ଅସ୍ତିତ୍ୱ ହରାଉଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ସୁନା ନଦୀ । ଦିନ ଦ୍ୱିପହରରେ ବଡ଼ ବଡ଼ ମେସିନ ଲଗାଇ ନଦୀ ଗର୍ଭକୁ ତାଡ଼ିବାରେ ଲାଗିଛି କମ୍ପାନୀ । ନଦୀ ତଳେ କମ୍ପାନୀର ସ୍ଲରି ପାଇପ ଯିବା ନେଇ ଯୋଜନା ହୋଇଛି । ଯେଉଁଥିରେ ଖଣିଜ ପଦାର୍ଥ ପରିବହନ ହେବ । ଏପଟେ ଯୋଡ଼ା ବଜାର ଭିତରେ ଥିବା ଏହି ନଦୀରେ ନିର୍ମାଣ ହୋଇଥିବା ପୋଲକୁ ବନ୍ଦ କରି ଦିଆଯାଇଛି ।

ଫଳରେ ବର୍ଷାଦିନେ ନଦୀରେ ଅଧିକ ପାଣି ଆସିଲେ ଯୋଡ଼ା ବଜାର ପାଇଁ ବିପତି ଆଣିବ ବୋଲି ଚିନ୍ତା ପ୍ରକାଶ ପାଇଛି । ଏହାସହ ନଦୀ ଭିତରେ ଯାଉଥିବା ସ୍ଲରି ପାଇପ ଯଦି ଭବିଷ୍ୟତରେ ଫାଟେ ତେବେ ବୈତରଣୀ ସମେତ ଅନ୍ୟ ନଦୀ ପ୍ରଦୂଷିତ ହେବା ନେଇ ଆଶଙ୍କା କରାଯାଉଛି । ନଦୀ ପାଣି ପ୍ରଦୂଷିତ ହେଲେ ନଦୀ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ତୁରନ୍ତ ଏହାକୁ ବନ୍ଦ କରିବା ସହ ତଡ଼ା ଯାଇ୍ଥିବା ନଦୀକୁ ପୋତିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।