କେନ୍ଦ୍ରାପଡା ପୋଲିସର ଏନକାଉଣ୍ଟର ! ଦୁର୍ଦ୍ଦାନ୍ତ ଅପରାଧୀ ମେହେତାବ ଆହତ

ପୁଣି କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟର

75

କନକ ବ୍ୟୁରୋ : ପୁଣି କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଏସ୍.କେ. ମେହେତାବ ଆହତ ହୋଇଛି। ତାକୁ ଚିକିତ୍ସା ଲାଗି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

encounter
image courtesyhttp://jurnalwarga.com

ଏହି ଘଟଣାଟି କେନ୍ଦ୍ରାପଡ଼ାର କଂସାର ରୋଡରେ ଗତକାଲି ରାତିରେ ଘଟିଛି। କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧି ଏସ୍.କେ. ମେହେତାବ। ତାର ଦୁଇଟି ଗୋଡରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାର ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ବ୍ୟବସାୟୀ ବିବେକାନନ୍ଦ ମହାରଣା ଗୁଳିକାଣ୍ଡର ସେ ମୁଖ୍ୟ ଅଭିଯୁକ୍ତ।