ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ ସୟିଦ ଇସାନ ବୁଖାରି । ।

170

କନକ ବ୍ୟୁରୋ: ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ସୟିଦ ବୁଖାରୀ । ଅପରାଧର ବିବିରଣୀ ଆସିନଥିବାରୁ ଗତକାଲି ଜାମିନ ଆବେଦନର ଶୁଣାଣିହୋଇପାରିନାହିଁ । କୁପୱାରର ସୟିଦ ବୁଖାରୀକୁ ଗତାଲି କ୍ରାଇମବ୍ରାଂଚ ଏସଟିଏଫ ଗିରଫ କରିଥିଲା । ବୁଖାରୀକୁ ଯାଜପୁରରୁ ଧରିଥିଲା ଏସଟିଏଫ ।

୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଅନ୍ୟ ଦେଶ ବିରୋଧୀ ସଙ୍ଗଠନ ସହ ଥିବା ଜଣାପଡିଛି । ଏପରିକି ସେ ସୋସିଆଲ ମିଡିଆରେ ସକ୍ରିୟ ରହି ସୁନ୍ଦରୀ ଯୁବତୀଙ୍କୁ ଫସାଉଥିଲା । ଆଉ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ୬ରୁ ୭ ଜଣ ଝିଅଙ୍କୁ ବିବାହ କରିଥିଲା । ବୁଖାରୀକୁ ଗିରଫ ପରେ ଚଣ୍ଡୀଖୋଲ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇଦିଆଯାଇଛି । ଲୁଚିବା ପାଇଁ ବୁଖାରୀ ଓଡିଶାକୁ କାହିଁକି ବାଛିଥିଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୟିଦଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଥିଲେ? ଆଇଏସଆଇ ସହ ସୟିଦର କି ସମ୍ପର୍କ ଥିଲା? ଓଡିଶାରେ ରହି କିଛି ଆତଙ୍କୀ ଷଡଯନ୍ତ୍ର କରୁଥିଲା କି? ଏନେଇ ଆରମ୍ଭ ହେଇଛି ତନାଘନା ।